ଷ୍ଟାନ୍ଲେ ଆର୍ଥ ସୋଲାର ପାୱାର ୱାଟର ପମ୍ପ୍ର ବଜାର ପ୍ରବେଶ
(ଯୁଗାଦ୍ଦ ନ୍ୟୁଜ) , ଷ୍ଟାନ୍ଲେ ବ୍ଲାକ୍ ଆଣ୍ଡ ଡେକର ପକ୍ଷରୁ ଭାରତୀୟ ଚାଷୀଙ୍କ ସୁବିଧା ପାଇଁ ଷ୍ଟାନ୍ଲେ ଆର୍ଥ ସୋଲାର ପାୱାର ୱାଟର ପମ୍ପ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ପ୍ରଥମେ ନାଦି ନାମକ ଡିସି ସ୍ମାର୍ଟ ସୋଲାର ପାୱାର ୱାଟର ପମ୍ପ୍ର ବଜାର ପ୍ରବେଶ କରାଯାଇଥିଲା । ୨୦୩୦ ସୁଦ୍ଧା କମ୍ପାନୀର ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ କମ୍ପାନୀ ପକ୍ଷରୁ ଏଭଳି ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଏହି ଅବସରରେ ଷ୍ଟାନ୍ଲେ ବ୍ଲାକ୍ ଆଣ୍ଡ୍ ଡେକର୍ ସିଇଓ ତଥା ସଭାପତି ଜିମ୍ ଲୋରେ କହିଲେ, ଆମେ ଯୋଜନାବଦ୍ଧ ଭାବରେ କାର୍ଯ୍ୟକରି ଉପଯୁକ୍ତ ସଫଳତା ଲାଭ କରିଥିବାବେଳେ ଆବଶ୍ୟକ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହୋଇଛୁ । ଏହି ଅନନ୍ୟ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରି ଆମର ସ୍ଥିତି ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛୁ । ଆମର ନୂତନ ଉତ୍ପାଦ ଭାରତୀୟ ଚାଷୀଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ଷ୍ଟାନ୍ଲେ ଆର୍ଥ ସୋଲାର ପାୱାର ୱାଟର ପମ୍ପ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହା ଦ୍ୱାରା ୫୦୦ ନିୟୁତ ଲୋକଙ୍କର ଜୀବନ ଜୀବିକା ବିକାଶ ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଅନାଦି ପକ୍ଷରୁ ସମ୍ପ୍ରତି ଦେଶରେ ୨୫ ନିୟୁତ ଏସି ଜେନେରେଟର ବ୍ୟବହୃତ ହେଉଥିବାବେଳେ ଏହା େକେବଳ ୨୦% ଚାଷ ଜମିରେ ଉପଲବ୍ଧ ହେଉଛି । ଏହାର ବିକଳ୍ପ ଭାବେ ନାଦି ପକ୍ଷରୁ ଏହି ନୂତନ ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଏସମ୍ପର୍କରେ ଷ୍ଟାନ୍ଲେ ଆଣ୍ଡ୍ ଡେକର ଉପ ସଭାପତି ରାମନା ଗୋଗୁଲା କହିଲେ, “ଗତ ୨ ବର୍ଷ ତଳେ ଆମେ ଚାଷ ଜମିରେ ଜଳସେଚନ କରାଇବା ପାଇଁ ନୂତନ ଉତ୍ପାଦର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲୁ । ଏବେ ଆମେ ଏଥିରେ ସଫଳ ହେବା ସହିତ ବଜାରରେ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛି । ଆମ କାର୍ଯ୍ୟ ଅଂଶୀଦାରମାନେ ସହଯୋଗର ହାତ ବଢ଼ାଇଛନ୍ତି । ଏହା ଆଗାମୀ ଦିନରେ ଆମର ପଥକୁ ସୁଗମ କରିବାର ଆଶା ରହିଛି ।” ଷ୍ଟାନ୍ଲେ ଆଗ୍ରୋ-ଡୋମେନ୍ ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛି । ଏହାଦ୍ୱାରା ଚାଷୀମାନେ ବେଶ୍ ଉପକୃତ ହୋଇପାରିବେ । ସୂଚନାଯୋଗ୍ୟ, ଷ୍ଟାନ୍ଲେ ଆଣ୍ଡ୍ ଡେକର ୧୪ ବିଲିୟନ୍ ଡଲାର କମ୍ପାନୀ ଭାବେ କାର୍ଯ୍ୟ ଜାରି ରଖିଛି । କମ୍ପାନୀ ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଥିବାବେଳେ ଏଥିରେ ୫୮,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।