ଷ୍ଟାଫ୍ ସିଲେକ୍ସନ୍ କମିଶନ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କୋଣାର୍କ ବିଜେପି ଯୁବମୋର୍ଚ୍ଚା

କୋଣାର୍କ, (ଗଣେଶ ବେହେରା):ମେଧାବୀ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ଷ୍ଟାଫ୍ ଶିଲେକ୍ସନ୍ କମିଶନର କର୍ମଚାରୀ ଅନ୍ୟ ମାନଙ୍କୁ ଚାକିରି ଦେଇ ଧରା ପଡିଥିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏପରିକି ଅନେକ ମେଧାବୀ ଛାତ୍ରଛାତ୍ରୀ ଏହାକୁ ନେଇ ଘୋର ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଏଥି ପାଈଁ ବିକ୍ଷୋଭ ପ୍ରଦର୍ଶନ କରଯାଇଛି। କୋଣାର୍କ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର କୋଣାର୍କ ରେ ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସହ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରଯାଇଛି। ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ତ୍ରିଲୋଚନ ରଥଙ୍କ ନେତୃତ୍ବରେ ହୋଇଥିବା ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଭିନ୍ନ ସରକାରୀ ଚାକିରି ନିଯୁକ୍ତିରେ ବ୍ୟାପକ ଜାଲିଆତି ସହ ଲାଞ୍ଚ କାରବାରରେ ରାଜ୍ୟ ସରକାର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସମସ୍ତ ଲାଞ୍ଚଖୋର ଅଫିସର ଓ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ବିକ୍ଷୋଭକାରୀ ମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ରାକେଶ ବିଶ୍ୱାଳ, ବିଜେପି ଜିଲ୍ଲା ସମ୍ପାଦକ ରଞ୍ଜିତ ରାଉତରାୟ, ଜିଲ୍ଲା ଉପ ସଭାପତି ଦିଲୀପ ପ୍ରଧାନ, ଯୁବନେତା ମନୋଜ ନାୟକ, ଅଶୋକ ଓଝା, ଗୋପୀନାଥ ସ୍ଵାଇଁ , ନୃସିହ ନାୟକ ,ଆଲୋକ ପଣ୍ଡା,ଚନ୍ଦ୍ରଶେଖର ନାୟକ,ମଙ୍ଗରାଜ ମୁଦୁଲି ଓ ତୋଫାନ କାଣ୍ଡିପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ