ଷ୍ଟାର୍କ ଜିମ୍ ପକ୍ଷରୁ ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ
କଟକ, (ଯୁଗାବ୍ଦ ନ୍ୟୁଜ) :-କଟକର ପ୍ରତିଷ୍ଠିତ ଷ୍ଟାର୍କ ଜିମ୍ ପକ୍ଷରୁ ସୋମବାର ଦିନ ଚତୁର୍ଥ ବାର୍ଷିକ ଉତ୍ସବ ଜିମ୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇଛି । ଜିମ୍ର ପ୍ରତିଷ୍ଠାତା ନିତେଶ୍ କୁମାର ଜୈନ ଉତ୍ସବକୁ ଉଦ୍ଘାଟନ କରି କହିଥିଲେ ଯେ, ପ୍ରତ୍ୟେକ ନାଗରିକ ଦୈନିକ ୧ରୁ ୨ ଘଣ୍ଟା ଶାରିରୀକ ପରିଶ୍ରମ କରିବା ଆବଶ୍ୟକ ଯାହା ଫଳରେ ଶରୀର ସୁସ୍ଥ ହେବା ସହ ବିଭିନ୍ନ ପ୍ରକାରର ମହାମାରୀରୁ ନିଜକୁ ସୁରକ୍ଷିତ କରାଯାଇପାରିବ । ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା, ପ୍ରଶିକ୍ଷାର୍ଥୀ ଉପସ୍ଥିତ ରହିଥିଲେ । ଜିମ୍ର ପରିଚାଳକ ସତିଶ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।