ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀରେ ସଂସ୍କାର ଇସ୍ପାତ୍ କ୍ଷେତ୍ରକୁ ସୁଦୃଢ କରିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,ଭୁବନେଶ୍ୱର : ଡିସେମ୍ବର ୧୬ ମୋଦି ସରକାରରେ ଭାରତୀୟ ଅର୍ଥନୀତିରେ ଅଣାଯାଇଥିବା ନୂତନ ସଂସ୍କାର ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତୀୟ ଶିଳ୍ପ ମହାସଂଘର ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏଥିସହ କହିଛନ୍ତି ଯେ ଦେଶର ବିକାଶରେ ଭାରତର ଗ୍ରାମାଂଚଳ ଗୁଡିକ ମହତ୍ୱ ରଖୁଛି ।ବଢୁଥିବା ଅର୍ଥନୀତିର ଗତିବିଧି, ସରକାରୀ ଯୋଜନାର କ୍ରିୟାନ୍ୱୟନ ଏବଂ ବଢୁଥିବା ଆୟ ଗ୍ରାମାଂଚଳର ଇସ୍ପାତ ବ୍ୟବହାରକୁ ଗତି ଦେବ । ସରକାରୀ ଯୋଜନା ତଥା ସମସ୍ତ ଘରକୁ ଜଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ଗ୍ରାମାଂଚଳରେ ଇସ୍ପାତର ବ୍ୟବହାରକୁ ବଢାଇବ । ସମସ୍ତଙ୍କୁ ପକ୍କା ଘର ଏବଂ ଘରେ ଘରେ ପାଇପ ମାଧ୍ୟମରେ ପାନୀୟ ଜଳ ଉପଲବ୍ଧ କରିବା ସରକାରଙ୍କ ଲକ୍ଷ୍ୟ । ଯାହା ଘରୋଇ ଇସ୍ପାତ ଶିଳ୍ପ ବିନା ଅସମ୍ଭବ । ସେ କହିଛନ୍ତି ଯେ ଭାରତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବଜାର ଅଟେ । ଭାରତୀୟ ଲୋକଙ୍କ ଉଚ୍ଚ ଆକାଂକ୍ଷା ଏବଂ କିଣିବାର କ୍ଷମତା ପ୍ରଚୁର । ଯାହା ଘରୋଇ ଶିଳ୍ପର ସଂପ୍ରସାରଣ ଏବଂ ବିକାଶରେ ଏକ ଅଭୁତପୂର୍ବ ସୁଯୋଗ ପ୍ରଦାନ କରୁଛି । ଇସ୍ପାତରେ ମୁଣ୍ଡ ପିଛା ବ୍ୟବହାର ବର୍ତମାନ ବିଶ୍ୱ ହାରାହାରି ତୁଳନାରେ ବହୁତ କମ ଅଛି ଏବଂ ଆଗାମୀ ଦିନରେ ବୃଦ୍ଧି ପାଇବାର କ୍ଷମତା ରଖୁଛି । ଇସ୍ପାତ କ୍ଷେତ୍ରର ବିକାଶ କରିବା ପାଇଁ ଇସ୍ପାତି ଇରାଦା ଅଭିଯାନ ଆରମ୍ଭ କରାଯାଇଛିା ସଂପ୍ରତି ବିଶ୍ୱକୁ ଏକ ନୂଆ ରୂପରେ ଆକାର ଦେବାରେ ନବନ୍ମେଷ ବା ଇନୋଭେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତର ଘରୋଇ ଶିଳ୍ପ ଗୁଡିକ ବର୍ତମାନ ନୂଆ ନୂଆ ଇନୋଭେସନର ଲାଭ ଉଠାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ସମସ୍ତଙ୍କୁ ସ୍ଥିର ମୂଲ୍ୟରେ ଇସ୍ପାତ ଦେବା ଓ ତାର୍କିକ ଦକ୍ଷତାର ସୁବିଧା ପାଇଁ ଆମେ କାମ କରୁଛୁ । ପୂର୍ବ ଭାରତରେ ସିନଗ୍ୟାସ ପ୍ଲାଟ ନିର୍ମାଣ ପାଇଁ ସରକାରୀ ଓ ବେସରକାରୀ କର୍ମଚାରୀ କାର‌୍ୟ୍ୟରତ । ଯାହା ଘରୋଇ ଇସ୍ପାତ ନିର୍ମାଣରେ ସହାୟକ ହେବ ବୋଲି ସେ କହିଛନ୍ତି । ସେହିପରି କୋକିଂ କୋଲ ଯୋଗାଣରେ ବିବିଧତା ମଧ୍ୟ ଆମର ପ୍ରାଥମିକତା କ୍ଷେତ୍ର ମଧ୍ୟରୁ ଅନ୍ୟତମ ।ବିଗତ କିଛି ମାସରେ କୋକିଂ କୋଲର ଆମଦାନୀରେ ବିବିଧତା ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଭାରତରେ ଇସ୍ପାତ କ୍ଷେତ୍ରର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଟେକ୍ନୋଲୋଜି, ଇନୋଭେସନ ଏବଂ ବୈଜ୍ଞାନିକ ସ୍ୱଭାବ ଦ୍ୱାରା ଏହି କ୍ଷେତ୍ରର ମାର୍ଗ ପ୍ରଶସ୍ତ ହୋଇପାରିବ । ସେହିପରି ଇସ୍ପାତ୍ ନିର୍ମାଣ ଦକ୍ଷତାର ବିକାଶ, ଉତ୍ପାଦନର ମୂଲ୍ୟକୁ ହ୍ରାସ କରିବା ପାଇଁ ଗବେଷଣା କରିବା ପାଇଁ ଭାରତୀୟ ଶିଳ୍ପ ମହାସଂଘକୁ ପ୍ରଧାନ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ