ଷ୍ଟୁଡ଼ିଓ ରେ ଗୀତ ବୋଲି ଚର୍ଚ୍ଚା ରେ ସୁମନ୍ତ

ନିମାପଡ଼ା, (ସନ୍ତୋଷ ଦାଶ) :-ସେ ଜନ୍ମରୁ ଅନ୍ଧ ହେଲେ କଣ ହେବ ତାଙ୍କ କଣ୍ଠର ଯାଦୁ କୌଣସି ନାମିଦାମୀ କଣ୍ଠଶିଳ୍ପୀଙ୍କ ଠାରୁ କମ ନୁହେଁ । ତାଙ୍କ କଣ୍ଠର ସ୍ୱରରେ ପ୍ରଭାବିତ ହୋଇ ସ୍ଥାନୀୟ କିଛି ଯୁବକଙ୍କ ସହାୟତାରେ କଟକ ରେ ଥିବା ଏକ ଷ୍ଟୁଡ଼ିଓରେ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଦୃଷ୍ଟି ହୀନ ସୁମନ୍ତ କାଣ୍ଡି ଓ ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।ସୁମନ୍ତ ଙ୍କ ଘର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ପୁରୁଣା କୁଣ୍ଡ ଗାଁ ରେ । ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ । ହେଲେ ପିଲାଦିନୁ ସଙ୍ଗୀତ ପ୍ରତି ସ୍ୱତନ୍ତ୍ର ରୁଚି ଥିବାରୁ ମହାପ୍ରଭୁଙ୍କ ଭଜନ ଗାଇ ସେ ଆତ୍ମସନ୍ତୋଷ ଲାଭ କରନ୍ତି । ବୟସ ବଢ଼ିବା ପରେ ଅର୍ଥର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଆଖପାଖ ଅଞ୍ଚଳର ବିଭିନ୍ନ ହାଟ, ବଜାର ,ମନ୍ଦିର,ବସଷ୍ଟାଣ୍ଡ ବୁଲି ଖଞ୍ଜଣି ବଜାଇ ଗୀତ ଗାଇ ଦି ପଇସା ରୋଜଗାର କରି ପରିବାର ପ୍ରତି ପୋଷଣ କରନ୍ତି । ପିଲାଟି ଦିନରୁ ଦୃଷ୍ଠୀ ଶକ୍ତି ହରେଇଥିବା ସୁମନ୍ତ ତାଙ୍କ କଣ୍ଠର ଯାଦୁରେ ନାମିଦାମୀ ସଂଗୀତଜ୍ଞ ଙ୍କୁ ନକଲ କରି ଗୀତଗାଇ ସମସ୍ତଙ୍କ ମନ ଜିଣୁଥିବା ସୁମନ୍ତ ଏବେ ନିକଟରେ କିଛି ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ କଟକରେ ଏକ ଷ୍ଟୁଡ଼ିଓରେ ତାଙ୍କ ଗୀତ ରେକର୍ଡ କରିବାପରେ ଏବେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଷ୍ଟୁଡ଼ିଓ ରେ ତାଙ୍କ ର ଏହି ଗୀତ ଗାଇବା ଦେଖି ଗ୍ରାମବାସୀ ଖୁସି ହେବାସହ ସେ ଏପରି ଷ୍ଟୁଡ଼ିଓ ରେ ଗୀତ ଗାଇ ଚାଲନ୍ତୁ ଓ ନିଜ ଗାଁ ର ନାଁ ରଖନ୍ତୁ ବୋଲି ଭଗବାନଙ୍କ ପାଖରେ ପ୍ରାଥନା କରିଛନ୍ତି । ତାଙ୍କ ଗାଇଥିବା ଗୀତ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଓ ବେଶ ପ୍ରସିଦ୍ଧି ଲାଭକରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ