ଷ୍ଟେଜ୍ରେ ଡ୍ୟାନ୍ସର ଜଲୱା ଦେଖାଇଲେ ମାଧୁରୀ ଓ ପ୍ରିୟଙ୍କା
ନୂଆଦିଲ୍ଲୀ : ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଓ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏକାଠି ନାଚୁଥିବା ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିଛି । ଏହି ଭିଡିଓକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।ଭିଡିଓରେ ମାଧୁରୀ ଓ ପ୍ରିୟଙ୍କା “ଡୋଲା ରେ ଡୋଲା’ ଓ “ପିଙ୍ଗା’ ଗୀତରେ ନାଚୁଛନ୍ତି । ଏ ଦୁଇ ଅଭିନେତ୍ରୀ ମଞ୍ଚ ଉପରେ ଏକା ସଙ୍ଗରେ ବହୁତ କମ୍ ଦେଖିବାକୁ ମିଳିଥାଏ । ଭାଇରାଲ୍ ଡ୍ୟାନ୍ସ ଭିଡିଓରେ ଦୁହେଁ ଡାନ୍ସ ଦିୱାନେ ୨ର ସେଟରେ ଉପସ୍ଥିତ ଅଛନ୍ତି । ପ୍ରିୟଙ୍କା ଚୋପ୍ରା ଡାନ୍ସ ଦିୱାନେ ଶୋ’କୁ ତାଙ୍କ ଫିଲ୍ମ “ସ୍କାଏ ଇଜ୍ ପିଙ୍କ’ର ପ୍ରମୋସନ୍ କରିବା ପାଇଁ ଆସିଥିଲେ । କିନ୍ତୁ ଦର୍ଶକଙ୍କର ଡିମାଣ୍ଡ ପରେ ମାଧୁରୀଙ୍କ ସହିତ ଡ୍ୟାନ୍ସ କରିଥିଲେ । ପ୍ରଥମେ ଦୁହେଁ ମାଧୁରୀଙ୍କ ଫିଲ୍ମ “ଦେବଦାସ’ର “ଡୋଲା ରେ ଡୋଲା’ ଗୀତରେ ଓ ପରେ ପ୍ରିୟଙ୍କାଙ୍କ “ବାଜିରାଓ ମସ୍ତାନି’ ଫିଲ୍ମର “ପିଙ୍ଗା ଦପାରି ପିଙ୍ଗା’ ଗୀତରେ ନାଚିଥିଲେ ।


