ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଲା ସ୍ତରୀୟ ପରାମର୍ଶ ମଣ୍ଡଳୀ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଲା ସ୍ତରୀୟ ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରହରି ସେଠୀଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦେଶକ ପ୍ରତାପ କୁମାର ଦାସ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ(ଭାରତୀୟ ଷ୍ଟେଟବ୍ୟାଙ୍କ) ମଳୟ କୁମାର ମତ୍ର, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ, ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର, ସ୍ୱେଛାସେବୀ ଫୋରମର ସମ୍ପାଦକ ପ୍ରମୁଖ ଯୋଗଦେଇ ଜୁନ ୨୦୨୦ ଶେଷ ସୁଧା ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଗତ ବୈଠକର କାର୍ଯ୍ୟାନୁଷ୍ଠାନ ଧାରା,ତାଲିମ କାର୍ଯ୍ୟକ୍ରମ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଓଡିଶା ଜୀବିକା ମିଶନ,ସ୍ୱେଛାସେବୀ ସଂଗଟନ ଗୁଡିକର ପରାମର୍ଶରେ ତାଲିମ ସମର୍ଥନ ଦେବା,ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜମିଜମା ସମସ୍ୟା ସମାଧାନ କରିବା,ବ୍ୟାଙ୍କ କର୍ମକର୍ତ୍ତାମାନଙ୍କୁ ଏବଂ ସ୍ୱୟଂ ସହାୟୀକା ଗୋଷ୍ଠି ଗୁଡିକୁ ତାଲିମ ଦେବା,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀ ତଥା ଶ୍ରମିକମାନଙ୍କୁ “ଉନ୍ନତି” କାର୍ଯ୍ୟକ୍ରମରେ ତାଲିମ ଦେବା, ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ପରିସରକୁ ଉନ୍ନତି କରିବା ପ୍ରଭୃତି ବିଭିନ୍ନ ବିଷୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ସୂଚନା ଅନୁଯାଇ ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଦ୍ୱାରା କୃଷି ଆତ୍ମ ନିଯୁକ୍ତି କ୍ଷେତ୍ରରେ ୨୯୩୧ଜଣଙ୍କୁ ,ବିଭିନ୍ନ ପ୍ରସେସ ଇଡିପି କ୍ଷେତ୍ରରେ ୧୨୬୦ଜଣଙ୍କୁ,ଉତ୍ପାଦନ ଇଡିପି କ୍ଷେତ୍ରରେ ୧୭୫୩ଜଣଙ୍କୁ,ସାଧାରଣ ଇଡିପି କ୍ଷେତ୍ରରେ ୮୮୩ଜଣଙ୍କୁ ଏବଂ ଶ୍ରମଦାନ ନିଯୁକ୍ତି କ୍ଷେତ୍ରରେ ୩୩୭ଜଣଙ୍କୁ ନେଇ ମୋଟ ୭୧୬୪ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା । ସେହିପରି ବ୍ଲକୱାରୀ ଅଗ୍ରଗତି ମଧ୍ୟରେ ୭୭୫ଜଣଙ୍କୁ ସମ୍ପୂର୍ଣ୍ଣ ତାଲିମ ଦେବା ସହ ବିପିଏଲମାନଙ୍କ ମଧ୍ୟରୁ ୬୮୩ଜଣଙ୍କୁ ଏବଂ ୬୪୨ଜଣ ମହିଳାମାନଙ୍କୁ ସଂପୂର୍ଣ୍ଣ ତାଲିମ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର,ଉଦ୍ୟାନକୃଷି ବିଭାଗ ସହକାରୀ ନିର୍ଦେଶକ ସୈାମ୍ୟରଞ୍ଜନ ସେଠୀଙ୍କ ସମେତ ବିଭିନ୍ନ ବିଭାଗ ଓ ଲାଇନ ଡିପାର୍ଟମେଂଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


