ଷ୍ଟେଟ୍ ବ୍ୟାଙ୍କ ଓ ହାପି ୱାଲ୍ଡର ମିଳିତ ଆନୁକୁଲ୍ୟରେ ସ୍ୱାକ୍ଷରିତ କାର୍ଯ୍ରକ୍ରମ ଅନୁଷ୍ଠିତ

ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ଚିକିଟି ବ୍ଲକର ଚିକିଟି ପେଣ୍ଠରେ ଗୁରୁବାର ମଧ୍ୟାହ୍ନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ହାପି ୱାଲ୍ଡର ମିଳିତ ଆନୁକୁଲ୍ୟରେ ସ୍ୱାକ୍ଷରିତ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା ତରଫରୁ ଶୁଶାନ୍ତ ଶେଖର ସେଠୀ , ଓ ବଳରାମ ବେହେରା ଯୋଗ ଦେଇ ଜନସାଧାରଣ ଘଣ୍ଟା ଘଣ୍ଟା କିପରି ଅନଲାଇନରେ ଧାଡିରେ ଛିଡା ନହୋଇ ସ୍ୱଳ୍ପ ମୁହୁର୍ତ୍ତରେ କିପରି ସୁବିଧା ଓ ନିରାପଦରେ ଅନଲାଇନ ମାଧ୍ୟମରେ ସୁବିଧା ପାଇପାରିବେ ସେ ଉପରେ ଗୁିରୁତ୍ୱରୋପ ଦେଇଥିଲେ । ,ଏହା ସହ କିପରି ସାଇବର ଠକେଇ ଠାରୁ ଦୁରେଇ ରହିବ ଓ କିପରି ସୁରକ୍ଷିତ ରହିପାରିବା ସେ ଉପରେ ଗୁରୁତ୍ୱରୋପ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ସାହୁ ,ଲିକୁ ବାଡତ୍ୟା ,ଆକାଶ ପାତ୍ର ,ଲୋକନାଥ ସାହୁ ପ୍ରମୁଖ ସହଯୋଗ କରିଥô୍ଲେ । ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସ୍ୱାକ୍ଷରତା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ