ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ଦବଙ୍ଗଗିରି

କୋଦଳା :ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ବେରୁଆବାଡ଼ି ଷ୍ଟେଟ ବ୍ୟାଙ୍କରେ କର୍ମଚାରୀ ସୌରି ସେଠୀ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ଦିନ ହେଲା ଏହି ବ୍ୟାଙ୍କରେ କାର‌୍ୟ୍ୟ କରୁଥିବା ହେତୁ ଏଠାରେ ବିଭିନ୍ନ ସମୟରେ ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହେଉଛି ।ସରକାରଙ୍କ ତରଫରୁ ପ୍ରତ୍ୟେକ ବ୍ୟାଙ୍କରେ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇବା ଏବଂ କେମିତି ଆହୁରି ସୁବିଧା ଯୋଗାଇବା ଗ୍ରାହକ ମାନଙ୍କୁ ଆକୃଷ୍ଠ କରିବା ପାଇଁ ପ୍ରତ୍ୟେକ ବ୍ୟାଙ୍କରେ ଉଦ୍ୟମ ଚଳାଇଛନ୍ତି । ଯାହାଫଳରେ ଆହୁରି ଲୋକଙ୍କ ଆସ୍ତା ଭାଜନ ହୋଇପାରିବ କିନ୍ତୁ ଏହି ବ୍ୟାଙ୍କରେ ଏହି କର୍ମଚାରୀ ଜଣଙ୍କ ଦୀର୍ଘ ବର୍ଷ ଧରି ଏଠି କାର‌୍ୟ୍ୟକରି ଗ୍ରାହକ ମାନଙ୍କୁ ବିଭିନ୍ନ ସମୟରେ ବ୍ୟବହାର ଖରାପ କରୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ନଜର ପଡୁନାହିଁ।ବିଭିନ୍ନ ସମୟରେ ଗୋଲଡ ଲୋନ କରାଇ କିଛି ଗ୍ରାହକ ମାନଙ୍କୁ ଶୋଷଣ କରୁଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ରହିଛି। ଖବର ନେବାରୁ ଜଣାଗଲା ଯେ ଏହି ବ୍ୟାଙ୍କରୁ ବଦଳି ପାଇଁ ଅର୍ଡ଼ର ଆସିଥିଲେ ମଧ୍ୟ କିଛି ହାତ ଗୁଞ୍ଜା ଦେଇ ଏଠାରେ ରହି ଆସୁଛନ୍ତି ଏହି ଅଫିସର।ଏହି ଅଫିସର ଜଣକଙ୍କ କି ସ୍ୱାର୍ଥ ଅଛି ଯାଫଳରେ ଏଠାରୁ ଯିବା ପାଇଁ ଚାହୁଁ ନାହାନ୍ତି।ଏହି କର୍ମଚାରୀ ଜଣକଙ୍କୁ ଜିଲ୍ଲା ବାହାରକୁ ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି।ଯଦି ଅଫିସର ଜଣଙ୍କ ଏହି ଆଖପାଖ ଅଞ୍ଚଳରେ ରହିବେ ତାହା ହେଲେ ପୁଣି ଗ୍ରାହକ ମାନଙ୍କୁ ଶୋଷଣ କରୁଥିବେ କାହିଁ କିନା ଏହି ଅଞ୍ଚଳରେ କିଛି କୁଜି ରାଜନେତାଙ୍କ ସହ ସମ୍ପର୍କ ଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ