ଷ୍ଟେଟ ବ୍ୟାଙ୍କ ତରଫରୁ ବିଶ୍ୱ ମହିଳା ଦିବସ ପାଳିତ 

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଅନ୍ତର୍ଜାତୀକ ମହିଳା ଦିବସ ପାଳନ ଅବସରରେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ମଙ୍ଗଳବାର ପାଳିତ ହୋଇଯାଇଛି l ଏହି ଅବସରରେ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ ଙ୍କ ପୌରୋହିତ୍ୟରେ ପୋୖରାଞ୍ଚଳ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନୀଙ୍କ ସହଯୋଗରେ  ” ନାରୀ ସଶକ୍ତିକରଣ ” ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l  ଏହି ଅବସରରେ  ପାଟଣା ସାହି ବାସିନ୍ଦା ବୃଦ୍ଧା ତହପୋଇ ଦେଈଙ୍କୁ ତାଙ୍କ ବାସଭବନ ଠାରେ  ଭେଟି ଏକ ମାସପାଇଁ ଖାଦ୍ୟ “ଅମୃତ କଳସ ” ପ୍ରଦାନ କରାଯାଇଥିଲା l ତତସହିତ ଶିଶୁ କନ୍ୟାଙ୍କ ପାଇଁ ଉଦ୍ଧିଷ୍ଟ ୨୧ ଗୋଟି  “ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ” ଖୋଲାଯାଇଥିଲା l  ଉତ୍ତମ ମହିଳା କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀ କେ. ରୀନା ରାଓଙ୍କୁ ବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶାଖା କ୍ଷେତ୍ରୀୟ ଅଧିକାରୀ ସଙ୍ଗୀତା ମହାପାତ୍ର ନାରୀ ସଶକ୍ତିକରଣ ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିବା ବେଳେ ଶାଖା ପରିଚାଳକ ଶ୍ରୀ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ତରଫରୁ ରହିଥିବା ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା ସମ୍ପର୍କ ରେ ଅବଗତ କରିବା ସହ ଏହାର ସୁଯୋଗ ନେବାପାଇଁ ବୁଝାଇଥିଲେ l  ବ୍ୟାଙ୍କ କର୍ମଚାରୀ ପ୍ରତାପ ଦିଗାଲ, ସନ୍ତୋଷ କର, ହରପ୍ରିୟା ଲେଙ୍କା, ସଦାଶିନୀ ରେଡି, ସୌମ୍ୟରଂଜନ ଶିହ୍ନl, ସୁଧାକର ପଟ୍ଟନାୟକ, ସଦାନନ୍ଦ ପାତ୍ର, ସୁରଥ ନାୟକ ପ୍ରମୁଖ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ