ସରିଲା ଯାଞ୍ଚ : ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାଏମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚଳିତ ମାସ ୨୪ ତାରିଖରେ ୧୦୬ ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ସୋମବାର ସୁଦ୍ଧା ନାମାଙ୍କନ ଦାଖଲ ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁରେ ଅଧ୍ୟକ୍ଷ ଓ ୨୧ଟି ୱାର୍ଡ ସକାଶେ କାଉନସିଲରପଦବୀ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ । ଅଧ୍ୟକ୍ଷ ପଦବୀ ସକାଶେ ସିଧାସଳଖ ମତଦାନ ବ୍ୟବସ୍ଥା ରହିଛି । ନାମାଙ୍କନ ଯାଞ୍ଚ ଦିବସରେ ସମସ୍ତ ପ୍ରାର୍ଥୀଙ୍କ କାଏମ ରହିଛି । ଅଧ୍ୟକ୍ଷ ପଦବୀ ସମତେ ୨୧ଟି ୱାର୍ଡ ସକାଶେ ସର୍ବମୋଟ ୬୫ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ଜଣାପଡିଛି । ଅଧ୍ୟକ୍ଷ ପଦବୀ ସକାଶେ ୮ଜଣ ନାମାଙ୍କନ ଦାଖଲ କରିଛନ୍ତି । ସେମାନେ ହେଲେ ବିଜେଡିରୁ ସୁବାଷ ଚନ୍ଦ୍ର ପୋଲାଇ, ବିଜେପିରୁ ସନ୍ତୋଷ ପାଣିଗ୍ରାହୀ, କଂଗ୍ରେସରୁ ସୁନାରାମ ସାବତ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ଶ୍ରୀନୁ ବାଡତ୍ୟା, ପ୍ରକାଶ ଚନ୍ଦ୍ର ସାଇଁ, ନାରାୟଣ ସାହୁ, ରାଜିବ ପଣ୍ଡା ଓ ରଞ୍ଜିତ କୁମାର ପୋଲାଇ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୨୧ଟି ୱାର୍ଡ ମଧ୍ୟରୁ ୧ନଂ ୱାର୍ଡ ସକାଶେ ୫ ଜଣ ପ୍ରାର୍ଥୀ ସଂଗ୍ରାମ କେଶରୀ ସାହୁ, ସୁଧିର କୁମାର ପଣ୍ଡା, ଅରୁଣ ଦାସ,ସରୋଜ କୁମାର ପଣ୍ଡା ଓ ଗୋପାଳ କୃଷ୍ଣ ପାଠି । ୨ରୁ ୩ ଜଣ ପ୍ରାର୍ଥୀ ବିପ୍ର ନାଇକ, ସମିର ସେଠି ଓ ଯୁଧିଷ୍ଟିର ଦାସ, ୩ରୁ ୨ ଜଣ ନଳିନି ପଣ୍ଡା ଓ ପିଙ୍କି ଗଉଡ, ୪ରୁ ୪ ଜଣ ରଞ୍ଜିତା ଚୌଧୁରୀ, ଅନିତା ଚୌଧୁରୀ, ସିଲ୍ପା ସେଠି ଓ ବିଣାପାଣି ପୋଲାଇ, ୫ରୁ ୩ ଜଣ ପ୍ରାର୍ଥୀ ବିଭୁ ପ୍ରସାଦ ପଣ୍ଡା, ପ୍ରଭାତ ଦାସ ଓ ମାଗି ବେହେରା, ୬ରୁ ୩ ଜଣ ପ୍ରାର୍ଥୀ ସୁଚିତ୍ରା ପଣ୍ଡା ଓ ମହାଲକ୍ଷ୍ମୀ ସାହୁ ଓ ଟୁନି ଦାସ, ୭ରୁ ଏକମାତ୍ର ପ୍ରାର୍ଥୀନୀ ଶଶି ଶବର, ୮ରୁ ଏକମାତ୍ର ପ୍ରାର୍ଥୀ ବିଳାସ କୁମାରୀ ମହାନ୍ତି, ୯ରୁ ୨ ଜଣ ପ୍ରାର୍ଥୀ ରିନା ଗଉଡ ଓ ଲକ୍ଷ୍ମୀ ସ୍ୱାଇଁ, ୧୦ରୁ ୨ ଜଣ ପ୍ରାର୍ଥୀ ସୁପ୍ରଭା ମହାରଣା ଓ ରବିନ୍ଦ୍ର ପାଣିଗ୍ରାହୀ, ୧୧ରୁ ୪ ଜଣ ପ୍ରାର୍ଥୀ ଅମୁଲ୍ୟ ସାହୁ, ଅନିଲ ସାହୁ, ଇ ଅର୍ନ୍ତଯାମୀ ପାତ୍ର ଓ ରଜନି ମହାରଣା, ୧୨ରୁ ୪ ଜଣ ପ୍ରାର୍ଥୀ ସୁନିତା ମିଶ୍ର, ରୁକ୍ମୁଣି ବିଷୋୟୀ, ରାମକୃଷ୍ଣ ମହାଙ୍କୁଡ ଓ ବିଷ୍ଣୁ ପ୍ରସାଦ ଖାଡଙ୍ଗା,୧୩ରୁ ୨ ଜଣ ପ୍ରାର୍ଥୀ ରାମକୃଷ୍ଣ ମହାଙ୍କୁଡ ଓ ସୁବାଷ ସାହୁ, ୧୪ରୁ ୨ ଜଣ ପ୍ରାର୍ଥୀ ମଞ୍ଜୁ ବେହେରା ଓ ତପସ୍ୱିନି ବେହେରା, ୧୫ରୁ ୫ ଜଣ ପ୍ରାର୍ଥୀ ସରୋଜ ସାହୁ, ସଂସ୍କାର ପଟ୍ଟନାୟକ, ଲକ୍ଷ୍ମଣ ବେହେରା, ଗୋପବନ୍ଧୁ ବେହେରା ଓ ଭୋଳା ବେହେରା, ୧୬ରୁ ୨ ଜଣ ପ୍ରାର୍ଥୀ ମଧୁସ୍ମିତା ବେହେରା ଓ ଜାନକି ବଲ୍ଲଭ ଦେବୀ, ୧୭ରୁ ୨ ଜଣ ପ୍ରାର୍ଥୀ ଶ୍ୟାମଘନ ବେହେରା ଓ ବିଭୁତି ଭୂଷଣ ସେଠି, ୧୮ରୁ ୩ ଜଣ ପ୍ରାର୍ଥୀ ଉଷା ସେଠି, ସନ୍ତୋଷିନି ବେହେରା ଓ ରିତା ସେଠି, ୧୯ରୁ ଏକମାତ୍ର ପ୍ରାର୍ଥୀ ଭାବେ ବସନ୍ତ କୁମାର ବେହେରା, ୨୦ରୁ ୩ ଜଣ ପ୍ରାର୍ଥୀ ବନିତା ନାହାକ, ବବିତା ପାଠି ଓ ବବିତା ନାହାକ ଓ ୨୧ନଂ ୱାର୍ଡରୁ ୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ସେମାନେ ହେଲେ ମମତା ବାଡତ୍ୟା, ସୁଜତା ସ୍ୱାଇଁ ଓ ମାମିନି ନାହାକ । ଯାଞ୍ଚ ଶେଷ ସୁଦ୍ଧା ସମସ୍ତ ଅଧ୍ୟକ୍ଷ ଓ କାଉନସିଲର ଆଶାୟୀ ପ୍ରାର୍ଥୀ କାଏମ ରଖିଥିବା ବେଳେ ପୈାର ନିର୍ବାଚନ ଫଳାଫଳ ତିବ୍ର ଓ ସଂଘର୍ଷ ପୁର୍ଣ୍ଣ ପରିସ୍ଥିତିରେ ଗତି କରିବା ଜଳଜଳ ଦିଶୁଛି । ବର୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନ ଇସ୍ତାହାର ପରିବର୍ତ୍ତେ ଫମ୍ପା ପ୍ରତିଶ୍ରୁତି ଓ ଆଶ୍ଵାସନା ମଧ୍ୟରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚଳାଇଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ