ଷ୍ଟେଲାର ପକ୍ଷରୁ ଓଡ଼ିଶା ଫଟୋ ଟ୍ରେଡ ଶୋ’
ବିଶ୍ୱର ଅଗ୍ରଣୀ ଡାଟା ରିକଭରି, ଡାଟା ଇରାଜର୍ ଏବଂ ଡାଟା ମାଇଗ୍ରେସନ୍ ସଲ୍ୟୁସନ ପ୍ରଦାନକାରୀ କମ୍ପାନୀ ଷ୍ଟେଲାର ପକ୍ଷରୁ ଓଡ଼ିଶା ଫଟୋ ଟ୍ରେଡ୍ ଶୋ’-୨୦୧୯ ରେ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୧୨ ତାରିଖରୁ ୧୪ତାରିଖ ପର୍ୟ୍ୟନ୍ତ ବିଶ୍ୱସ୍ତରୀୟ ଡାଟା କେୟାର ସଲ୍ୟୁସନ ପ୍ରଦର୍ଶନ କରାଯିବ । ଏହି ୩ ଦିନିଆ ଟ୍ରେଡ୍ ଶୋ’ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ନିକଟସ୍ଥ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କନଭେନସନ୍ କେନ୍ଦ୍ରର କ୍ୟାମ୍ପସ୍-୨ରେ ଅନୁଷ୍ଠିତ ହେବ ।। ଏହାର ଦ୍ୱିତୀୟ ମହଲା ଷ୍ଟଲ ନମ୍ବର୍ ବି-୨୬ରେ ଷ୍ଟେଲାର ଉତ୍ପାଦ ପ୍ରଦର୍ଶିତ ହେବ । ଏହି ଅବସରରେ ଷ୍ଟେଲାର ପକ୍ଷରୁ ବହୁବିଧ ପୋର୍ଟଫୋଲିଓର ପ୍ରଦର୍ଶନ କରାଯିବ । ବିଶ୍ୱର ପ୍ରଥମ ଫଟୋ ରିକଭରି ସଫ୍ଟୱେର ଷ୍ଟେଲାର ଫଟୋ ରିକଭରି ପ୍ରିମିୟମ୍ର ପ୍ରଦର୍ଶନ ଏଠାରେ କରାଯିବ । ସଫ୍ଟୱେର ଦ୍ୱାରା ଫଟୋ, ଭିଡ଼ିଓ ଏବଂ ଅଡ଼ିଓ ଫାଇଲ୍ ରିକଭରି ହେବା ସହିତ ଭିଡ଼ିଓ ଏବଂ ଫଟୋର ରିପାୟାର ମଧ୍ୟ ହୋଇଥାଏ । ଶୋ’ ସମୟରେ ପରିଦର୍ଶକଙ୍କୁ ମାଗଣା କୁପନ ଏବଂ ଭାଉଚର ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଭାରତରେ ଷ୍ଟେଲାରର ୧୫ କାର୍ୟ୍ୟାଳୟ ଏବଂ ୧୦୦ରୁ ଅଧିକ ଅଂଶୀଦାର ରହିଥିବାବେଳେ ଆମେରିକା ଏବଂ ୟୁରୋପରେ ଗତ ୨୬ ବର୍ଷ କାରବାର କରି ଏହାର ଗ୍ରାହକ ସଂଖ୍ୟା ୩ ନିୟୁତରୁ ଅଧିକରେ ପହଂଚି ପାରିଛି । କମ୍ପାନୀ ଗ୍ରାହକ ବିଶ୍ୱାସନୀୟତାକୁ ଗୁରୁତ୍ୱ ଦେଇଥାଏ । ଭୁବନେଶ୍ୱରରେ କମ୍ପାନୀ ଲୋକାଲ ଅଂଶୀଦାରଙ୍କ ସହିତ କାର୍ୟ୍ୟ କରିବାକୁ ଆଗ୍ରହୀ ।ଏହି ଅବସରରେ ଷ୍ଟେଲାରର ଘରୋଇ ବ୍ୟବସାୟ ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ମନୋଜ ଧିଙ୍ଗରା କହିଲେ, ଭୁବନେଶ୍ୱର ଆଇଟି ହବ୍ ଭାବେ ବିକାଶ ଧାରା ଜାରି ରଖିଛି । ଏହାକୁ ଦୃଷ୍ଟିରେ ରଖି ଷ୍ଟେଲାର ଏଠାରେ କାରବାର ପାଇଁ ଯୋଜନା କରିଛି । ଏହା ସହିତ ଓଡ଼ିଶାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଆବଶ୍ୟକ ସେବା ଯୋଗାଇବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । କମ୍ପାନୀ ବିକଶିତ ଜ୍ଞାନ କୌଶଳ ଆଧାରରେ ବହୁବିଧ ଡାଟା ସଲ୍ୟୁସନ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଯୋଜନା ବଦ୍ଧ ଭାବେ କାର୍ୟ୍ୟ ଆରମ୍ଭ କରିବ । ଭାରତରେ ଡାଟା ବ୍ୟବହାର ଆଗାମୀ ଦିନରେ ବୃଦ୍ଧି ପାଇବାର ଆଶା ରହିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଡାଟା ରିକଭରି ସ୍ପେସ୍, ଡାଟା ମାଇଗ୍ରେସନ୍ ସ୍ପେସ୍ ଏବଂ ଡାଟା ଇରାଜର ସେବା ଉପଲବ୍ଧ କରାଇବ ।