ଷ୍ଟେ-ଫିଟ ଓ ହସ ପରିବାର ପକ୍ଷରୁ କୁସ୍ତି ଖେଳାଳିଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ପୁରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ସଫଳ ହୋଇଥିବା ବାଲେଶ୍ୱର ସହରର ଦୁଇ କୃତି ଖେଳାଳି ସୌମ୍ୟା ବାରିକ ଓ ଇଂ ଜ୍ୟୋତିରଞ୍ଜନ ସାହୁଙ୍କୁ ଷ୍ଟେ-ଫିଟ୍ ଜିମ୍ ଏବଂ ହସ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁଇ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କ୍ରୀଡ଼ା କ୍ଷେତ୍ରରେ ବାଲେଶ୍ୱରର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ । କୁସ୍ତି ଭଳି ପୁରାତନ ଖେଳରେ ଅଂଶଗ୍ରହଣ ସହ ସଫଳତା ପାଇ ସୌମ୍ୟା ଓ ଜ୍ୟୋତିରଞ୍ଜନ ସମଗ୍ର ବାଲେଶ୍ୱର ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି ବୋଲି ସେ କହିଛନ୍ତି । ଅବସରପ୍ରାପ୍ତ ପୁଲିସ ଅଧିକ୍ଷକ ତଥା ସ୍ଥାୟୀ ଲୋକ ଅଦାଲତ ସଦସ୍ୟ ସନ୍ତୋଷ କୁମାର ନାୟକ, ଅବସରପ୍ରାପ୍ତ ଅତିରିକ୍ତ ପୋଲିସ ଅଧିକ୍ଷକ କୈଲାସ ଚନ୍ଦ୍ର ପରିଡା, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସ୍ଥାନୀୟ କାଉନସିଲର ତଥା ବାଲେଶ୍ୱର ଆଥଲେଟିକ ଆସୋସିଏସନର ସହ ସମ୍ପାଦକ ପଦ୍ମଲୋଚନ ଲେଙ୍କା, ଆସୋସିଏସନର ଉପ-ସଭାପତି ବସନ୍ତ ମହାନ୍ତି, ହସ ପରିବାରର ସଭାପତି ଗୋପାଳ ଜେନା ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦୁଇ ଖେଳାଳିଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ବାଲେଶ୍ୱର ସହରରେ କ୍ରୀଡ଼ାଭ୍ୟାସରେ ଉପୁଜିଥିବା ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା ପାଇଁ ଖେଳାଳିଙ୍କୁ ପ୍ରସ୍ତୁତ କରାଇବାରେ ଷ୍ଟେ-ଫିଟ୍ ଜିମ୍ର ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ଷ୍ଟେ-ଫିଟ୍ ଜିମ୍ର ମୁଖ୍ୟ ମନୋଜ ଦାସ ଏଥିରେ ସଭାପତିତ୍ୱ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଷ୍ଟେ-ଫିଟ୍ ଜିମ୍ର ସଦସ୍ୟ ଶିବଦାସ କୁଣ୍ଡୁ ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗତ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ପୁରୀର ପଞ୍ଚମୁଖୀ ଜିମ୍ନାସିୟମ୍ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ସୌମ୍ୟା ଓ ସୌମ୍ୟରଞ୍ଜନ ଦ୍ୱିତୀୟ ହୋଇଥିôଲେ ।


