ଷ୍ଟ୍ରବେରୀ ଚାଷରେ ଅଗ୍ରଣୀ ଭୂମିକା ନେବାକୁ ଯାଉଛି କୋରାପୁଟ
କୋରାପୁଟ, (ହେମନ୍ତ କୁମାର ପାଣିଗ୍ରାହି) : ଷ୍ଟ୍ରବେରୀ ପ୍ରଥମେ ୨୦୨୦- ୨୦୨୧ ମସିହା ରେ କୋଟିୟା ଉପତ୍ୟକା ରେ ସଫଳ ଚାଷ ପରେ,ଚଳିତ ବର୍ଷ ଜିଲ୍ଲାରେ ୮୦ ଏକରରେ ଷ୍ଟ୍ରବେରୀ ଚାଷ ସଫଳ ହୋଇଥବା ଦେଖିବାକୁ ମିଳିଛି।କୋରପୁଟ ଜିଲ୍ଲା ର ଜଳବାୟୁ ପାଇଁ ଷ୍ଟ୍ରବେରୀ ଚାଷ ନିମନ୍ତେ ଉଦ୍ଧିଷ୍ଟ। ଚଳିତ ବର୍ଷ ଦଶମନ୍ତପୁର ବ୍ଳକ୍ କାଉଗୁଡା ଗ୍ରାମରେ ରେ ଅମଳ ହୋଇଛି ଷ୍ଟ୍ରବେରି।ଏପ୍ରିଲ ସୁଦ୍ଧା ୧୦୦ କୁଇଣ୍ଟାଲ ଉତ୍ପାଦନ ଲକ୍ଷ ରଖିଛନ୍ତି ଜିଲ୍ଲା ପ୍ରଶାସନ।ଚିଲତ ମାସ ମଧ୍ୟରେ ଜିଲ୍ଲାରେ ୮୦ଏକର ଜମିରେ ଷ୍ଟ୍ରବେରୀ ଅମଳ ସରିଲାଣି।ଦସମନ୍ତପୁର ବ୍ଲକ ରେ ପ୍ରଥମ ପର୍ଯ୍ୟାୟରେ ୨୫ ଏକର ଜମିରେ ହ ୩୦ ଜଣ ଚାଷୀ ଉପକୃତ ହୋଇଛନ୍ତି।କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଏ ମାଲକାନଗିରି ଗ୍ରାମ ପଞ୍ଚାୟତ ର କାଉ ଗୁଡା ଗ୍ରାମ ରେ ପ୍ରଥମ କରି ଗତ ବର୍ଷ ଡିସେମ୍ବର ରେ ଷ୍ଟ୍ରବେରି ଚାଷ ଆରମ୍ଭ କରାଯାଇଥିଲା ଜିଲ୍ଲା ପ୍ରଶାସନ ଦ୍ଵାରା। ବର୍ତ୍ତମାନ ଏଠାରେ ଷ୍ଟ୍ରବେରି ଫଳିଛି ଓ ସହର ରେ ଷ୍ଟ୍ରବେରୀ ବିକ୍ରି କରିପାରିଛନ୍ତି ଚାଷୀ। କୋରାପୁଟ ଆଇ ଟି ଡି ଏ କାର୍ଯ୍ୟାଳୟ ସମ୍ମୁଖ ରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ଏକ ଷ୍ଟଲ କରାଯାଇ ଜିଲ୍ଲାପାଳ ଭି କିର୍ତିଭାସନ୍ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଅଛି। କାଉଗୁଡା ଗାଁ ର ବହୁତ ଖୁସି ହୋଇଛନ୍ତି ମହିଳା ଚାଷୀ। ଜିଲ୍ଲାର ପଟାଙ୍ଗି ବ୍ଲକ ର କୋଟିଆ ଠାରେ ପ୍ରଥମେ ଷ୍ଟ୍ରବେରି ଚାଷ କରା ଯାଇଥିଲା ଏବଂ ସେହି ବ୍ଲକର ଅନ୍ୟାନ୍ୟ ସ୍ଥାନରେ ପରେ ପରେ ଚାଷ କରାଯାଇଥିଲା ଏହା ସଫଳ ହୋଇଥିଲା ଏବଂ ଚାଷୀ ଉପକୃତ ହୋଇଥିଲେ ଏବଂ ରାଜ୍ୟରେ ଜିଲ୍ଲା ସୁନାମ ଆଣି ଥିଲା। ଏବେ ଦଶମନ୍ତପୁର ଅଞ୍ଚଳ ର ଏହି କାଉଗୁଡା ଗ୍ରାମ ଅଞ୍ଚଳ ର ଜଳ ବାୟୁ ଏହି ଚାଷ ପାଇଁ ଅନୁକୂଳ ହୋଇ ଥିବା ଜଣା ଯାଇଛି। ଏହି ଗ୍ରାମ ର ୨୫ ଏକର ଜମିରେ ପ୍ରଥମେ ଏହି ଚାଷ ଆରମ୍ଭ କରା ଯାଇଛି। ଏହା ଦ୍ଵାରା ୩୦ ଜଣ ଚାଷୀ ସ୍ବାବଲମ୍ବୀ ହୋଇଛନ୍ତି।ଗ୍ରାମରେ ୫୭ ଟି ପରିବାର ବସବାସ କରନ୍ତି ସମସ୍ତେ ଆଦିବାସୀ ସଂପ୍ରଦାୟର। ପ୍ରଥମେ ଗ୍ରାମ ନିକଟ ର ଢିପ ଜମି ଗୁଡିକରେ ଅଦା, ଟମାଟୋ, ବାଇଗଣ,କୋବି ଇତ୍ୟାଦି ପନିପରିବା ଚାଷ କରୁଥିଲେ ଏବେ ଉଦ୍ୟାନ ବିଭାଗ ଓ ସି ୱାଇ ଏସ ଡି ସଂସ୍ଥା ର ସହଯୋଗ ରେ ଗ୍ରାମ ବାସୀ ଏହି ଷ୍ଟ୍ରବେରି ଚାଷ ଆରମ୍ଭ କରିଛନ୍ତି। ଏହି ଚାଷ କୁ ନେଇ ବେଶ ଉତ୍ସାହିତ ହୋଇ ଛନ୍ତି। ଗ୍ରାମର ଚାଷୀ ପଦଲାମ ଗଦବା କହିଛନ୍ତି ଯେ ଏହି ଷ୍ଟ୍ରବେରି ଚାଷ ସେମାନଙ୍କୁ ଉତ୍ସାହିତ କରିଛି ଓ ସରକାରୀ ସାହାଯ୍ୟ ଓ ତାଲିମ ଯୋଗୁ ଏହି ଚାଷରେ ସେମାନେ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ସେହିପରି ସହକାରୀ ଉଦ୍ୟାନ ଅଧିକାରି ସୌରଭ ପାଣିଗ୍ରାହୀ କହିଛନ୍ତି ଏହି ଚାଷ ରେ ଉତ୍ପାଦନ ଦେଖି କାଉଗୁଡା ଗ୍ରାମ ର ଚାଷୀ ମାନେ ବେଶ ଉତ୍ସାହିତ ଅଛନ୍ତି।ଦଶମନ୍ତପୁର ବ୍ଲକ ର ଏହି ଅଞ୍ଚଳ ର ଜଳବାୟୁ ଉପଯୁକ୍ତ ହେଉଛି ଷ୍ଟବେରି ଚାଷ ନିମନ୍ତେ । ଷ୍ଟ୍ରବେରି ଉତ୍ପାଦନ କରିବା ପରେ ବ୍ଲକ ର ଅନ୍ୟାନ୍ୟ ଚାଷୀ ମାନେ ମଧ୍ୟ ଏହି ଚାଷ ପ୍ରତି ଅଧିକ ଆକୃଷ୍ଟ ହେବେ ବୋଲି ଜିଲ୍ଲାପାଳ ଭି . କୀର୍ତିବାସନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କହିଛନ୍ତି।