ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଯାପିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚାଲିଥିବା ସଂକୁଳ ସାମୂହିକ ପ୍ରଶିକ୍ଷଣ ଆଜି ଉଦ୍‌ଯାପିତ ହୋଇଯାଇଛି । ୨ୟ ଦିବସ ରେ ସରକାରୀ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ ଉପସ୍ଥିତ ରହି ଶିକ୍ଷା ଉପକରଣ(ଟି ଏଲ ଏମ ) ପ୍ରସ୍ତୁତିର କ୍ଲାସ ନେଇଥିଲେ । ସନ୍ଧ୍ୟା କ୍ଲାସରେ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଉପସ୍ଥିତ ରହି ଆଚାର୍ଯ୍ୟ ମାନେ ଦେଶର ମାର୍ଗଦର୍ଶକ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ସେହିପରି ଅବସରପ୍ରାପ୍ତ ରାଜସ୍ଵ ଅଧିକାରୀ ଗୌରୀ ଶଙ୍କର ପାଢୀ ଯୋଗ ଦେଇ ଏହି ଶିକ୍ଷା ବ୍ୟବସ୍ଥାର ଭୂୟସୀ ପ୍ରସଂଶା କରିଥିଲେ । ସେହିପରି ୩ୟ ଦିବସର ଉଦ୍‌ଘାଟନରେ ସ୍ଥାନୀୟ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷାକ ଅଜିତ କୁମାର ସେଠୀ ଯୋଗ ଦେଇ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଭାଷାଜ୍ଞାନ ଓ ଅଙ୍କଜ୍ଞାନ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ସେହିପରି ପୂର୍ବ କ୍ଷେତ୍ରର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାରଣା ଯୋଗଦେଇ ବିଦ୍ୟା ଭାରତୀର ଲକ୍ଷ୍ୟ ପୂରଣରେ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲା ସଂଘଚାଳକ ପ୍ରଶାନ୍ତ କୁମାର ପତି ଉକ୍ତ କ୍ଲାସରେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ତ୍ରିପାଠୀ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷକ ମାନେ ଦେଶ ଗଠନରେ ସହାୟକ କିପରି ହୋଇପାରିବେ ସେ ସମ୍ବନ୍ଧରେ ମାର୍ଗ ଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ପୂର୍ବତନ ଅଧ୍ୟକ୍ଷ ରଜନୀ କାନ୍ତ ପଟ୍ଟନାୟକ । ୪ର୍ଥ ଦିବସରେ ଉଦ୍‌ଘାଟନରେ ଛତ୍ରପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ଯୋଗ ଦେଇ ନୂତନ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପୂର୍ବଛାତ୍ର ଡାକ୍ତର ଲୋକନାଥ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ବିଦ୍ୟାଳୟର ବୟୋଜ୍ୟେଷ୍ଠ ଗୁରୁମା ସୁସ୍ମିତା ଚୌଧୁରୀଙ୍କ ଶେଷକାର୍ଯ୍ୟ ଦିବସରେ ତାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ସମାରୋପ ଉତ୍ସବରେ ଅବସରପ୍ରାପ୍ତ ସେନା ଅଧିକାରୀ ଶ୍ରୀରାମ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ଶିଶୁମାନଙ୍କୁ ପାଠପଢ଼ା ସହିତ ନୈତିକ ଶିକ୍ଷା ଦେବା ପାଇଁ ମାର୍ଗଦର୍ଶନ କରିଥିଲେ । ଶେଷରେ ଉପକରଣ ପ୍ରଦର୍ଶନୀ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ