ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ରାଜନୈତିକ ଦଳର ଅଣଦେଖା କାହିଁକି….?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନିର୍ବାଚନର ଗଣପର୍ବ ଯେତିକି ଘାନେଇ ଆସୁଚି ଗଜପତି ଜିଲ୍ଲାର ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି । କାରଣ ସ୍ୱାଧୀନତାର ଆଜକୁ 75 ବର୍ଷ ବିତିଯାଇଛି ଏବଂ ଗଜପତି ଜିଲ୍ଲା ୧୬ ଗୋଟି ନିର୍ବାଚନର ସମ୍ମୁଖୀନ ହୋଇଛି ସତ, କିନ୍ତୁ ସତେ ଯେମିତି ଗଜପତି ଜିଲ୍ଲାର ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଖ୍ରୀଷ୍ଟିଆନ ଆଦିବାସୀ ଏକ ପ୍ରକାରର ପରଧିନରେ ଥିଲା ଭଳି ଗନ୍ଧ ବାରି ହେଉଛି ।କାରଣ ଗତ ୧୬ ଗୋଟି ନିର୍ବାଚନରେ ଜିଲ୍ଲାର ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ଜାତୀୟ କିମ୍ବା ଆଞ୍ଚଳିକ ଦଳ ପକ୍ଷରୁ ଜଣେ ସୁଦ୍ଧା ସଂଖ୍ୟାଲଘୁ କିମ୍ବା ଆଦିବାସୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇ ନାହିଁ ଯାହା କି ଏକ ଦୁଃଖଦ ଘଟଣା ଅଟେ ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଗଜପତି ଜିଲ୍ଲା ମାଇନରଟି ଫୋରମ ତରଫରୁ ସୂଚନା ପ୍ରଦାନ କରି କୁହାଯାଇଛିଯେ ୧୯୯୨ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଗଜପତି ଜିଲ୍ଲାକୁ ସଂଖ୍ୟାଲଘୁ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲେ ସୁଦ୍ଧା ଜାତୀୟ ଓ ଆଞ୍ଚଳିକ ଦଳ ଜିଲ୍ଲା ପ୍ରତି ଓ ଉଭୟ ସଂଖ୍ୟାଲଘୁ ଓ ଖ୍ରୀଷ୍ଟିଆନ ଆଦିବାସୀ ଲୋକଙ୍କ ପ୍ରତି ଏତେ ଅଣଦେଖା କାହିଁକି ? କାରଣ ସଂଖ୍ୟାଲଘୁମାନଙ୍କ ପାଇଁ ଭାରତ ସରକାର ୧୫ ପଏଣ୍ଟ ଯୋଜନା କାର୍ଯ୍ୟକ୍ରମ ଘୋଷଣା କରାଯାଇଅଛି ।ଆଜି ଉତ୍କଳ ଦିବସ ଉପଲକ୍ଷେ ଗଜପତି ଜିଲ୍ଲାର ମାଇନରିଟି ଫୋରମ୍ ର ଆବାହକ ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କ ଆବାହନ କ୍ରମେ ପାରଳାଖେମୁଣ୍ଡିସ୍ଥିତ ବିଶ୍ଵନାଥ ଫଙ୍ଗସନ ହଲ ଠାରେ ଏକ ଜିଲ୍ଲାର ସଂଖ୍ୟାଲଘୁ ସମ୍ପ୍ରଦାୟର ପୁରୁଖା ଓ ବାୟଜ୍ୟୋଷ୍ଠାଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଆଦିବାସୀ ଖ୍ରୀଷ୍ଟିଆନ ସଂପ୍ରଦାୟ ପ୍ରତି ହେଉଥିବା ଅଣଦେଖା ବିଷୟରେ ଏକ ଗୁରୁତ୍ଵ ଆଲୋଚନା ହୋଇଥିଲା ।ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶାର ୧୪୭ ବିଶିଷ୍ଟ ବିଧାନସଭା ନିର୍ବାଚନମଣ୍ଡଳୀ ରେ ଯଦି କୌଣସି ଦଳ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଖ୍ରୀଷ୍ଟିଆନ ଆଦିବାସୀଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦିଏ ତେବେ ୪୦ ଟି ଆସନରେ ନିଶ୍ଚିତ ବିଜୟ ଲାଭ କରିବ ।ମଧ୍ୟ ଅନ୍ୟଏକ ସର୍ଭେ ରିପୋର୍ଟର ଆଧାରରେ ଗଜପତି ଜିଲ୍ଲାରେ ସର୍ବମୋଟ ୧୪୭୯୨୭ ମତଦାତ ସେଥିମଧ୍ୟରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତାଙ୍କ ସଂଖ୍ୟା ଗୁମ୍ମା ୪୮୦୦୦,କାଶୀନଗର ୧୭୦୦୦,ଗୋଷାଣୀ ୭୦୦୦,ପାରଳାଖେମୁଣ୍ଡି ୭୦୦୦ ସର୍ବମୋଟ ୭୯୦୦୦ ,ସାଧାରଣ ମତଦାତାଙ୍କ ସଂଖ୍ୟା ସର୍ବମୋଟ ୬୮୯୨୭। ତେବେ ଏହାକୁ କେନ୍ଦ୍ରକରି ମୋହନ ନିର୍ବାଚନ ମଣ୍ଡଳୀରେ ଏକ ଆଦିବାସୀ ଖ୍ରୀଷ୍ଟିଆନ ପ୍ରାର୍ଥୀ ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଏକ ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ଟିକେଟ ଦେବା ନିମନ୍ତେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ Father ଧିରେନ ନାୟକ,ଓବେଦ ଲିମା,ରଜତ ବୀର,ଦୀପକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ