ସଂଗଠିତ ସମାଜ ଦ୍ୱାରା ରାଷ୍ଟ୍ରର ବିକାଶ ସମ୍ଭବ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) : ଶକ୍ତିର ଆଧାର ହେଉଛି ସଂଗଠନ । ବିନା ସଂଗଠନରେ ଶକ୍ତି ଅସମ୍ଭବ । ସଂଗଠନରେ ଗୋଟିଏ ଲକ୍ଷ୍ୟ ଥାଏ, ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଏ, ସଂଗଠନରେ ସମସ୍ତଙ୍କର ମନ, ବଚନ ଓ କର୍ମ ଏକ ଥାଏ ଏବଂ ସେମାନେ ଏଥିପ୍ରତି ସମର୍ପିତ ଥା”ି । ଯେପର୍ଯ୍ୟ” ସମର୍ପଣ ନ ଆସିଛି ସେତେପର୍ଯ୍ୟ” ସଂଗଠନ ସମ୍ଭବ ହେବ ନାହିଁ । ସଂଗଠନ ନ ହେଲେ ଶକ୍ତି ଆସିବ ନାହିଁ । ବିନା ଶକ୍ତିରେ ସମାଜ ଜାଗରଣ ଅସମ୍ଭବ । ଏହାକୁ ଅନୁଭବ କରି ଡ.କେଶବ ବଳିରାମ ହେଡଗେୱାର ୧୯୨୫ ବିଜୟା ଦଶମୀ ତିଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା କରିଥିଲେ ବୋଲି କହିଛ”ି ଆରଏସ୍ଏସ୍ର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର । ସ୍ଥାନୀୟ ଜାଗମରା ପଡ଼ିଆରେ ଆରଏସ୍ଏସ୍ ଭୁବନେଶ୍ୱର ମହାନଗର ତରଫରୁ ଆୟୋଜିତ ବିଜୟା ଦଶମୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଲେ ଯେ, ଯେ ପର୍ଯ୍ୟ” ସମାଜ ସଂଗଠିତ ନ ହୋଇଛି ସେ ପର୍ଯ୍ୟ” ଆସୁରିକ ଏବଂ ଅରାଷ୍ଟ୍ରୀୟ ଶକ୍ତିମାନଙ୍କ ପ୍ରାର୍ଦୁଭାବ ବଢ଼ୁଥିବ । ତେଣୁ ଆସୁରିକ ଶକ୍ତିର ପ୍ରାର୍ଦୁଭାବକୁ ପ୍ରତିହତ କରିବାକୁ ହେଲେ ସମାଜଶକ୍ତିକୁ ଜାଗ୍ରତ କରିବାକୁ ପଡ଼ିବ । ଭାରତ ବର୍ଷର ପୁତ୍ରରୁପୀ ହିନ୍ଦୁ ସମାଜ ଦ୍ୱାରା ଭାରତକୁ ପରମ ବୈଭବ ଶାଳୀ ରାଷ୍ଟ୍ରରେ ପରିଣତ କରିବା ହେଉଛି ସଂଘର ଲକ୍ଷ୍ୟ । ସଂଗଠିତ ହିନ୍ଦୁ ସାମର୍ଥ୍ୟବାନ ଭାରତ । ଦୀର୍ଘ ୯୪ ବର୍ଷ ଧରି ସଂଘ ସଜ୍ଜନ ଶକ୍ତି ଓ ସାମାଜ ଶକ୍ତିର ଜାଗରଣ କରିଚାଲିଛି । ଶାଖା ମାଧ୍ୟମରେ ବ୍ୟକ୍ତି ନିର୍ମାଣ ଓ ସଂଗଠନ ମାଧ୍ୟମରେ ସମାଜ ଜାଗରଣ ହେଲେ ବିଶ୍ୱ କଲ୍ୟାଣ ମାର୍ଗ ତିଆରି ହେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାଟାର୍ଡ ଆକଉଂଟାଣ୍ଟ ଶ୍ରୀଯୁକ୍ତ ବ୍ରଜକିଶୋର ମହାପାତ୍ର ଯୋଗଦେଇ କହିଲେ ଯେ, ମହାନ ସଂସ୍କୃତିର ଆତ୍ମବିସ୍ମୃତି ଯୋଗୁ ଦେଶ ଆଜି ରସାତଳଗାମୀ ହୋଇଛି । ଆତ୍ମବିସ୍ମୃତି ଓ ପରାବିଲମ୍ବିତା ନାମ ଦୁଇଟି ରାକ୍ଷସକୁ ସ୍ୱାଭିମାନୀ ହିନ୍ଦୁ ସଂଗଠନ ମାଧ୍ୟମରେ ପରାସ୍ତ କରାଯାଇ ପାରିବ । ଯାହା କେବଳ ସଂଘ ତାର କାର୍ଯ୍ୟଧାର ମାଧ୍ୟମରେ କରିଆସୁଛି ବୋଲି ସେ କହିଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଆରଏସ୍ଏସ୍ର ପୁରୀ ବିଭାଗ ସଂଘଚାଳକ ବୈକୁଣ୍ଠନାଥ ସାହୁ ଏବଂ ମହାନଗର ସଂଘ ଚାଳକ ଡ. ବସ” ପତି ଯୋଗଦେଇଥିଲେ । ଏଥିରେ ଭୁବନେଶ୍ୱର ମହାନଗରର ୫୦୦ରୁ ଊଦ୍ଧ୍ୱର୍ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ଉପସ୍ଥିତ ରହି ଯୋଗାସନ, ଦଣ୍ଡ ବ୍ୟାମଯୋଗ ଓ ଘୋଷ ପ୍ରଦର୍ଶନ କରିଥିଲେ । ଶେଷରେ ସ୍ୱୟଂସେବକମାନେ ଜାଗମରା ପଡ଼ିଆରୁ ଏକ ପଥସଂଚଳନରେ ବାହାରି ସହର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହାନଗର ସହକାର୍ଯ୍ୟବାହ ସୁବ୍ରତ ତ୍ରିିପାଠୀ, ଶାରିରୀକ ପ୍ରମୁଖ ଭବେଶ ଜେନା, ବୌଦ୍ଧିକ ପ୍ରମୁଖ ସାଇପ୍ରସାଦ ଦାଶ ପ୍ରମୁଖ ସହଯୋଗ କରିଥିଲେ ।