ସଂଗ୍ରାମୀ କୁମାର ମିଶ୍ରଙ୍କ ସ୍ମୃତିଚାରଣ

କେନ୍ଦ୍ରାପଡା : ବିଶିଷ୍ଟ ଗାନ୍ଧିବାଦିନେତା,ସମାଜସେବୀ,ସଂଗ୍ରାମୀ କୁମାର ଚନ୍ଦ୍ର ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଶୁକ୍ରବାର ତାଙ୍କ କଜଳାସ୍ଥିତ ବାସଭବନ ପରିସରରେ ଏକ ସ୍ମୃତିଚାରଣ ସଭା ବିଶିଷ୍ଟ ସାହିତ୍ୟିକ ଡଃ.ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର, ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ, ଅଧ୍ୟାପକ ଅଜୟ ସାମଲ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା,ପୂର୍ବତନ ପୈାରପାଳ ଧିରେନ ସାହୁ, ଅଧ୍ୟାପକ ଡଃ.ଗିରୀଶ ଚନ୍ଦ୍ର ପାତ୍ର, ପିପି ଭୀମସେନ ଭୂୟାଁ,ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ, ଆଦିକନ୍ଦ ରାଉଳ, ଗୋପାଳକୃଷ୍ଣ ଜେନା, ଆଇନଜୀବି ସଞ୍ଜୟ କୁମାର ଜେନା, ରମଣୀରଞ୍ଜନ ରାଉତରାୟ, ରାଜେଶ ପଣ୍ଡା,ମହେନ୍ଦ୍ର ମିଶ୍ର,ହିରଣ୍ୟ ପଣ୍ଡା,ରଞ୍ଜିତ ସାହୁ,ଭାଗୀରଥି ଜେନା ପ୍ରମୁଖ ଯୋଗଦେଇ ସୂର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିବା ସହ ତାଙ୍କୁ କେନ୍ଦ୍ରାପଡାର ରାଜନୀତି,କୃଷି ଗବେଷଣା,ସାହିତ୍ୟ,ସଂସ୍କୃତି ତଥା ସାମାଜିକ ଆନ୍ଦୋଲନର ଜଣେ ଦିଗଗଜ ପୁରୁଷ ରୂପେ ବର୍ଣ୍ଣନା କରିଥିଲେ । କେନ୍ଦ୍ରାପଡାର ସାମଗ୍ରିକ ବିକାଶ ନିମନ୍ତେ ସେ ସର୍ବଦା ଚିନ୍ତା କରୁଥିଲେ ଓ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାଙ୍ଗରେ ନେଇ ଉଦ୍ୟମ କରୁଥିଲେ । ଦୀର୍ଘ ୬ଦଶନ୍ଧିରୁ ଉଦ୍ଧ୍ୱର୍ ତାଙ୍କର ସାଧାରଣ ଜୀବନ ଯାତ୍ରା ଜନ୍ମଭୂମି ନିକିରାଇରୁ ଆରମ୍ଭ କରି କେନ୍ଦ୍ରାପଡା ସହର ପର୍ଯ୍ୟନ୍ତ ସବୁଠାରେ ସେ ବିକାଶର ପଦଛାପ ଛାଡିଯାଇଛନ୍ତି । ତାଙ୍କର ଅବର୍ତ୍ତମାନରେ ତାଙ୍କର ଅଧୁରା କାର୍ଯ୍ୟକୁ ପୁରଣ କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ