ସଂଘରୋଧ କେନ୍ଦ୍ରରୁ କାନ୍ଥ ଡେଇଁ ଫେରାର ୪ଜଣ ଧରାପଡିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ଠାରେ ଥିବା ଅସ୍ଥାୟୀ ସଂଘରୋଧ କେନ୍ଦ୍ରରୁ ଗୋଟିଏ ପରିବାରର ୪ସଦସ୍ୟ କାନ୍ଥ ଡେଇଁ ଫେରାର ହୋଇଥିଲେ । ସେମାନେ ଧରାପଡିଥିବା ଜଣାପଡିଛି । ଏମାନଙ୍କୁ ପୁଣି ସଂଘରୋଧ କେନ୍ଦ୍ରକୁ ଅଣାଯାଇଛି । ଫେରାର ହେବା କାରଣରୁ ପୁଣି ଅଧିକା ୨୧ଦିନ ଏମାନଙ୍କୁ ସଂଘରୋଧ କେନ୍ଦ୍ରରେ ରଖାଯିବା ନିଷ୍ପତ୍ତି ହୋଇଛି । ଘଟଣାରୁ ପ୍ରକାଶ,ଗତକାଲି ସଂଧ୍ୟାରେ ଗୋଟିଏ ପରିବାରର ୪ଜଣ ଯଥା,ସ୍ୱାମୀ,ସ୍ତ୍ରୀ ଏବଂ ସେମାନଙ୍କ ୨ ଛୋଟଝିଅ ଏହି ସଂଘରୋଧ କେନ୍ଦ୍ରରୁ ନିଜର ଜଣେ ସମ୍ପର୍କୀୟ କାଳୀପ୍ରସାଦ ନାମକ ବ୍ୟକ୍ତିଙ୍କ ସହ ମୋଟର ବାଇକ୍‌ରେ ବସି ଫେରାର ହୋଇଥିଲେ । ସେମାେନେ ସମସ୍ତେ ଚେନ୍ନାଇ ଫେରନ୍ତା ବୋଲି ଜଣାପଡିଛି । ସେମାନେ ଫେରାର ହେବାର କିଛି ସମୟ ମଧ୍ୟରେ ତାଙ୍କୁ କାଶୀନଗର ପୋଲିସ ଅଲଡା ଠାରୁ ପ୍ରାୟ ୮କିମି ଦୁରରେ ଥିବା ଭୁପତି ଲକ୍ଷ୍ମୀପୁର ଗ୍ରାମର ଛକରେ ଧରିଥିବା ଜଣାପଡିଛି । ସେମାନଙ୍କ ସହ ଫେରାରରେ ସହାୟତା କରିଥିବା ବ୍ୟକ୍ତିଙ୍କୁ ପୁନର୍ବାର ସଂଘରୋଧ କେନ୍ଦ୍ରକୁ ପଠାଯାଇଥିବା ମଧ୍ୟ ସୁଚନା ମିଳିଛି । ଏମାନେ ସଂଘରୋଧ କେନ୍ଦ୍ରରୁ ଫେରାର ହେବା ଯୋଗୁଁ ପୁଣି ଅଧିକା ୨୧ଦିନ ରଖାଯିବା ନିଷ୍ପତ୍ତି ହୋଇଛି । ଏହି ଭଳି ଘଟଣା ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ହୋଇଥିବା ବେଳେ ଏ ଦିଗରେ ଅଧିକ ପଦକ୍ଷେପ ନିଆଯିବା ସହ ସଂଘରୋଧ କେନ୍ଦ୍ର ଗୁଡିକ ପ୍ରତି ଉଚିତ୍ ଦୃଷ୍ଟି ଦିଆଯିବ ବୋଲି କାଶୀନଗର ତହସିଲଦାର ଶାନ୍ତିସ୍ୱରୁପ ମିଶ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ