ସଂଘ ଓ ପରିବହନକାରୀ ସଂସ୍ଥା ମଧ୍ୟରେ ସମନ୍ୱୟର ଅଭାବରେ କାର୍ଯ୍ୟହରା ହେଉଛନ୍ତି ଟ୍ରକ୍ ମାଲିକ;ଖଣିଜ ପରିବହନ କୁ ନେଇ ଉତେଜନା

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବି-ପ୍ଲଟ ସ୍ଥିତ ଏକ ଖଣି ଫାଟକ ସମ୍ମୁଖରେ ଖଣିଜ ପରିବହନ ମୂଲ୍ୟକୁ କେନ୍ଦ୍ରକରି ଟ୍ରକ୍ ମାଲିକଙ୍କ ମଧ୍ୟରେ ବୁଧବାର ଉତେଜନା ପ୍ରକାଶ ପାଇଥିଲା । ଯୋଡା ଟ୍ରକ ମାଲିକ ସଂଘର ଶତାଧିକ ଟ୍ରକ ମାଲିକ ଏକତ୍ରିତ ହୋଇ ଅପରାହ୍ନରେ ଉକ୍ତ ଖଣି ଫାଟକ ସମ୍ମୁଖରେ ପ୍ରତିବାଦ କରିଥିଲେ । ଟ୍ରକ ମାଲିକ ସଂଘ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ପରିବହନ ମୂଲ୍ୟକୁ ନେଇ ଟ୍ରକ ମାଲିକ ଓ ପରିବହନକାରୀ ସଂସ୍ଥା ମଧ୍ୟରେ ଆଲୋଚନା ବେଳେ ଏହି ଉତେଜନା ଦେଖାଦେଇଥିଲା । ଟ୍ରକ ମାଲିକ ମାନେ ପରିବହନକାରୀ ସଂସ୍ଥାର ପରିବହନ ମୂଲ୍ୟ ଉପରେ କରାଯାଇଥିବା ନିଷ୍ପତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଟ୍ରକ ମାଲିକମାନେ ନିର୍ଦ୍ଧାରିତ ଖଣିଜ ପରିବହନ ମୂଲ୍ୟ ଠାରୁ କମ୍ ଦିଆଯାଉଥିବା ଅଭିଯୋଗ କରି ଏହି ପ୍ରତିବାଦ କରିଥିଲେ । ଟ୍ରକ ମାଲିକ ଓ ପରିବହନକାରୀ ସଂସ୍ଥା ମଧ୍ୟରେ ଆଲୋଚନା ବେଳେ ସଂସ୍ଥାର ଜଣେ ଅଧିକାରୀ ଉତ୍ୟକ୍ତ ହୋଇଯିବାରୁ କିଛି ଟ୍ରକ ମାଲିକ ତାଙ୍କୁ ଟଣାଅଟରା କରିଥିବା ଖବର ହସ୍ତଗତ ହୋଇଛି । ଟ୍ରକ ମାଲିକଙ୍କ ମଧ୍ୟରେ ଉତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ ହେଁ, ଅପ୍ରିତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିନଥିଲେ । ଟ୍ରକ ମାଲିକ ସଂଘର କର୍ମକର୍ତା ଏବଂ ପରିବହନକାରୀ ସଂସ୍ଥା ମଧ୍ୟରେ ହୋଇଥିବା ବୁଝାମଣା ଟ୍ରକ ମାଲିକମାନେ ଜାଣିପାରୁନଥିବାରୁ ସଂଘର କାର୍ଯ୍ୟକର୍ତା ମାନଙ୍କ ଉପରେ ଟ୍ରକ ମାଲିକମାନେ ସନ୍ଦେହ ପ୍ରକାଶ କରିଥିଲେ । ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରୁ ପରିବହନ ହେଉଥିବା ଖଣିଜର ଧାର୍ଯ୍ୟ ମୂଲ୍ୟ ଏପର୍ଯ୍ୟନ୍ତ ସଂଘ ପକ୍ଷରୁ ଦିଆଯାଇନଥିବା ଆଣ୍ଡାଲ ଲୋଜିଷ୍ଟିକ ସଂସ୍ଥାର ବରିଷ୍ଠ ଅଧିକାରୀ ଭେଙ୍କଟେସ ପ୍ରକାଶ କରିଛନ୍ତି । ଏଣେ କିଛି ଟ୍ରକ ମାଲିକ ତାଙ୍କୁ ଆକ୍ରମଣ କରିଥିବା ଘଟଣାକୁ ସେ ନିନ୍ଦା କରିବା ସହିତ ଆପସ ବୁଝାମଣାରେ ଘଟଣାର ସମାଧାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ବିନୋଦ କୁମାର ପଟ୍ଟନାୟକ, ଟ୍ରକ ମାଲିକ ସୁଶାନ୍ତ ବାରିକ, ସୋଏବ ଖାନ୍‌ଙ୍କ ସମେତ ବହୁ ଟ୍ରକ ମାଲିକଙ୍କ ସହିତ ପରିବହନକାରୀ ସଂସ୍ଥା ଆଲୋଚନା କରିଥିଲା । ଗୁରୁବାର ଏନେଇ ଏକ ବିସ୍ତୃତ ଆଲୋଚନା କରାଯିବାର ସମୟ ନିର୍ଘନ୍‌ଟ ହୋଇଥିଲା । ଯୋଡା ଟ୍ରକ ମାଲିକ ସଂଘର କାର୍ଯ୍ୟକର୍ତାଙ୍କ ଉପରେ ଟ୍ରକ ମାଲିକମାନେ ଅସନ୍ତୋସ ପ୍ରକାଶ କରି ସଂଘକୁ ବାତିଲ କରାଯାଇ ଏକ ୨୭ ଜଣିଆ କମିଟି ଗଠନ କରି ନିର୍ବାଚନ ନହେବା ପର୍ଯ୍ୟନ୍ତ ଦାୟିତ୍ୱ ଭାର ଗ୍ରହଣ କରିବ ଟ୍ରକ ମାଲିକମାନେ ସର୍ବସମ୍ମତି କ୍ରମେ ନିଷ୍ପତି ନେଇଥିବା କହିଛନ୍ତି । ସଂଘର କାର୍ଯ୍ୟକାଳ ଶେଷ ହୋଇଯାଇଥିବା ବେଳେ ଚମ୍ପୁଆ ବିଧାୟିକା ଏହାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ମସୁଦା ଚଳାଇଥିବା ଶତାଧିକ ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ