ସଂଘ ବଦ୍ଧ ଭାବେ ଯୁବକଙ୍କୁ ଆକ୍ରମଣ, ଗୁରୁତ୍ୱର ଅବସ୍ଥାରେ କଟକ ସ୍ଥାନାନ୍ତର

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରିପଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଁର ଜଣେ ଯୁବକଙ୍କୁ ଗତ ରବିବାର ସଂନ୍ଧ୍ୟାରେ ତାଙ୍କ ଉପରକୁ କିଛି ଯୁବକ ସଂଘ ବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଅଧିନସ୍ଥ ଭଣ୍ଡରିପଡା ଗାଁର ରଞିବ୍ ନାୟକ । ଗତ ରବିବାର ଦିନ ସଂନ୍ଧ୍ୟା ସମୟରେ ଗାଁ ପାଶ୍ୱର୍ରେ ଲାଗିଥିବା ପଟିଲୋ ଗାଁ ଆଡକୁ ସୌଚ କରିବା ପାଇଁ ଏକ ବାଇକ୍ ସାହାଯ୍ୟରେ ଯାଉଥିଲେ । ରଞିବ୍ ଯାଉଥିବା ସମୟରେ ତାଙ୍କୁ ଗଡବାନ୍ଦେଗୋଡା ଗାଁର ପଙ୍କଜ୍ ଚକ୍ର, ବବୁଲ୍ ଚକ୍ର, ଅମିତ୍ ଚକ୍ର, ସ୍ୱାଧିନ୍ ରାଉତ୍‌, ପିଙ୍କୁନ୍ ଭୁଇଁଆଁ ଏବଂ ସଚିନ୍ ନାଏକ ମିଳିତ ଭାବେ ତାଙ୍କୁ ପାଖ ଜଙ୍ଗଲକୁ ଉଠାଇ ନେଇ ଲୁହାରଡ ଓ ଠେଙ୍ଗା ସାହାଯ୍ୟରେ ହଠାତ୍ ବିନା କାରଣରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ପାଖରେ ଥିବା ମୋବାଇଲ୍ ଓ ବାଇକ୍ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଯୁବକମାନଙ୍କ ରଡ ଓ ଠେଙ୍ଗାରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ରଞିବ ଗୁରୁତ୍ୱର ଆହାତ ହେବା ସହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ । ତାଙ୍କୁ କିଛି ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ନିକଟସ୍ଥ ସାଇଁକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକରୁ ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ସାଇଁକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ରଞିବ୍ ନାୟକଙ୍କ ଅଭିଯୁଗକ୍ରମେ ଆକ୍ରଣ କରିଥିବା ଯୁକ ମାନେ କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ସଭାପତି ରାଜା ଚକ୍ରଙ୍କ ଭାଇ ଏବଂ ସମର୍ଥକ ବୋଲି ପ୍ରକାଶ କରିଛନ୍ତି । ପୂର୍ବରୁ ରାଜା ଚକ୍ର ଏବଂ ଲିଟୁ ଚକ୍ରଙ୍କର କୌଣସି ଏକ ଅନ୍ୟାୟ ଭିଡିଓ ଯୁବକ ଜଣଙ୍କ ଭାଇରାଲ୍ କରିଥିଲେ । ଫଳରେ ପୂର୍ବରୁ ଶତୃତାକୁ କେନ୍ଦ୍ର କରି ପୂର୍ବରୁ ଧମକ ଦେଇ ଆସୁଥିଲେ ଏବଂ ଗତ ରବିବାର ଦିନ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ରଞିବ୍ ପ୍ରକାଶ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଘଟଣା ପଛରେ ରାଜନୌତିକ ଆକ୍ରୋଶ ଜନିତ ବୋଲି ଜଣାପଡୁଛି । ତେବେ ସ୍ଥାନୀୟ ଅଚଂଳ ବାସୀ ଘଟଣାଟିର ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ