ସଂଜୟ କୁମାରଙ୍କୁ ଶିକ୍ଷକ ଗୌରବ-୨୦୨୧ ସମ୍ମାନ
କଟକ, (ଓ୍ବାଇଏନ୍ଏସ୍):ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ପବିତ୍ର ଜନ୍ମଦିବସର ଶୁଭ ଅବସରରେ ମାନସିଂହ ପାଟଣାସ୍ଥିତ ଦି ଟିଚର୍ସ ପଏଣ୍ଟ୍ ପକ୍ଷରୁ କୃତୀ ଶିକ୍ଷକ ବା ଜଣେ ମେଳାପୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଭାବେ କବି ସଞ୍ଜୟ କୁମାର ଚୌଧୁରୀଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିକ୍ଷକ ଗୌରବ-୨୦୨୧ ସମ୍ମାନ ପ୍ରଦାନ କରାଯାଇଅଛି । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଅଫ୍ସାନା ବେଗମ୍, କନିର୍ ବେଗମ୍, ଶିବେନ୍ଦୁ ମହାରଣା, ଆଶୁତୋଷ ତ୍ରିପାଠୀ, ମୁନା ସାମଲ, ଅରୁଣ ସାମନ୍ତ, ଲିପିକା ପ୍ରଧାନ ଆଦି ଯୋଗ ଦେଇଥିବା ବେଳେ ଅଧ୍ୟାପକ ଚନ୍ଦନ ପ୍ରଧାନ, ପ୍ରଶାନ୍ତ ମହାରଣା ଓ ପୁରୁଷୋତ୍ତମ ନାୟକ, ସୁବାଦ ଦିଗାଲ ଆଦି ଶିକ୍ଷାବିତ୍ମାନେ ମଧ୍ୟ ଉପସ୍ଥିତ ଥିଲେ ।