ସଂନ୍ଦିଗ୍ଧ ପାରା ର ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ, ଇଂରାଜୀ ରେ ଲେଖା ରଙ୍ଗ ଜବତ

ନିମାପଡ଼ା, (ସନ୍ତୋଷ ଦାଶ):ଗତ କାଲି ସଂଧ୍ୟା ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ପତି ସାହିରେ ଏକ ସଂନ୍ଦିଗ୍ଧ ପାରା ଠାବ ହୋଇ ଥିଲା। ବିଳମ୍ୱିତ ରାତିରେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ପାରା କୁ ନିଜ ହେପାଜତ କୁ ନେଇ ଆଜି ତାର ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ବନ ବିଭାଗ କୁ ହସ୍ତାନ୍ତର କରିଛି।ପାରା ଟି ସୁସ୍ଥ ଥିବା ଫରେଷ୍ଟର ବିରଜା ମହାପାତ୍ର ସୂଚନା ଦେଇଥିବାବେଳେ ତା ଗୋଡ ରେ ଇଂରାଜୀ ରେ ଲେଖା ଲାଗିଥିବା ଦୁଇଟି ରିଙ୍ଗ କୁ କାଢି ବନ ବିଭାଗ ପୋଲିସ୍ କୁ ହସ୍ତାନ୍ତର କରିଛି। ତେବେ ଏକ ସପ୍ତାହ ମଧ୍ୟରେ ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ରୁ ଦୁଇ ଦୁଇ ଟି ସଂନ୍ଦିଗ୍ଧ ପାରା ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି। ପାରା ଦୁଇଟି ଗୋଇନ୍ଦା ପାରା କିମ୍ବା କେଉଁ ଦେଶ ର ସେ ବିଷୟରେ ତଦନ୍ତ କରାଯାଉଥିବା ପୋଲିସ କହିଛି। ପ୍ରଥମ ପାରା ଟି କୋଣାର୍କ – ପାରାଦୀପ ମଝି ସମୁଦ୍ର ରୁ ଉଦ୍ଧାର ହୋଇଥିବାବେଳେ ଦ୍ୱିତୀୟ ଟି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁର ଗାଁ ର ରୁପେନ ପତି ଙ୍କ ଛାତ ଉପ ରୁ ଉଦ୍ଧାର ହୋଇଛି। ଏହି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ