ପତ୍ନୀଙ୍କ ମୃତ୍ୟୁ ର ନବମ ଦିନରେ ରାଷ୍ଟ୍ରପତି ପୁରସ୍କୃତ ସରପଞ୍ଚ ଙ୍କ ପରଲୋକ

ନିମାପଡ଼ା, (ସନ୍ତୋଷ ଦାଶ):କାହା ର ମୃତ୍ୟୁ କେତେବେଳେ ହବ କିଏ ବା କହିପାରିବ ? ପତ୍ନୀ ଙ୍କ ମୃତ୍ୟୁ ର ନବମ ଦିନରେ ସ୍ବାମୀ ଙ୍କ ମୃତ୍ୟୁ ଘଟଣା ଏବେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଥକା ପଞ୍ଚାୟତ ରାୟସ ଗ୍ରାମ ରେ। ଉକ୍ତ ଗ୍ରାମ ର ପୂର୍ବତନ ସରପଞ୍ଚ , କଂଗ୍ରେସ ର ନେତା ଧନେଶ୍ୱର ପାଢ଼ୀ ଙ୍କ ପତ୍ନୀ ଙ୍କ ର ଗତ ୯ଦିନ ପୂର୍ବେ ମୃତ୍ୟୁ ଘଟିଥିଲା। ତାଙ୍କ ର ନବମୀ ଶୁଦ୍ଧ କାର୍ଯ୍ୟ ଚାଲୁଥିବାବେଳେ ହଟାତ ଶ୍ରୀ ପାଢ଼ୀ ଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।ଏହି ଖବର ଜଣା ପଡ଼ିବାପରେ ସମଗ୍ର କାକଟପୁର ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି। ସ୍ୱର୍ଗତ ପାଢ଼ୀ ପ୍ରଥମେ ନୟାହାଟ ଅନ୍ତର୍ଗତ ଗୋଡ଼ାଦଣ୍ଡା ସ୍କୁଲରେ ଶିକ୍ଷକତା କରି ସେହି ଅଞ୍ଚଳ ରେ ବେଶ ଲୋକପ୍ରିୟ ହୋଇ ପାରିଥିଲେ।ପରେ ସମବାୟସମିତି ର ସମ୍ପାଦକ ଭାବେ କାର୍ଯ୍ୟକରିଥିଲେ। ଶ୍ରୀ ପାଢ଼ୀ ସମାଜସେବା କରିବାକୁ ରାଜନୀତି କୁ ଓଲ୍ହାଇ କାକଟପୁର ନିର୍ବାଚନ ମଣ୍ଡଳୀ ଓଥକା ଗ୍ରାମ ପଂଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସୁକାର୍ଯ୍ୟ ପାଇଁ ସେ ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଶ୍ରେଷ୍ଠ ସରପଞ୍ଚ ଭାବେ ପୁରସ୍କୃତ ହୋଇ କାକଟପୁର ପାଇଁ ଗର୍ବ ଆଣିଥିଲେ।କାକଟପୁର ବ୍ଲକ କଂଗ୍ରେସ କମିଟି ର ଉପ ସଭାପତି, ରାଏସ ମହାଦେବ ଙ୍କ ମୁଖ୍ୟ ପୂଜକ ଭାବେ କାର୍ଯ୍ୟ କରି ଅତ୍ୟନ୍ତ ଲୋକପ୍ରିୟ ହୋଇପାରି ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ରେ ବଡ଼ ପୁଅ ବିଚିତ୍ରା ନନ୍ଦ ପାଢ଼ୀ, ମଝିଆ ପୁଅ ତରୁଣ କୁମାର ପାଢ଼ୀ, ସାନ ପୁଅ ବରେଣ୍ୟ କୁମାର ପାଢ଼ୀ ରହିଥିବା ବେଳେ ତାଙ୍କ ଘରେ କାକଟପୁର ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ହରିହର ଦୀକ୍ଷିତ,କଂଗ୍ରେସ ର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସ, କାକଟପୁର ବ୍ଲକ ଅଧକ୍ଷ୍ୟ ଶ୍ରୀଧର ନାୟକ, କାକଟପୁର ପଞ୍ଚାୟତ କଂଗ୍ରେସ ସଭାପତି ନଳିନୀ କାନ୍ତ ଦୀକ୍ଷିତ, ଘନଶ୍ୟାମ କାଣ୍ଡି, କରୁଣା କର ସେନାପତି, ବାବୁଲି ନାୟକ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ତାଙ୍କ କାର୍ଯ୍ୟ ଧାରା କୁ ଭଲ ପାଉଥିବା ପ୍ରାୟ ୩୦୦ ଲୋକଙ୍କ ଉପସ୍ଥିତ ରେ ଏକ ଶବ ଶୋଭାଯାତ୍ରା ରେ ଆଖ ପାଖ ପ୍ରାୟ ତିନି ଖଣ୍ଡି ଗାଁ କୁ ସାଧାରଣ ଲୋକଙ୍କ ପାଇଁ ଶେଷ ଦର୍ଶନ ନିମନ୍ତେ ନିଆଯିବା ପରେ ନିଜ ଗାଁ ସ୍ମଶାନ ପର୍ଯ୍ୟନ୍ତ ନିଆ ଯାଇଥିଲା, ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିବା ବେଳେ ବଡ଼ ପୁଅ ବିଚିତ୍ର ନନ୍ଦ ପାଢ଼ୀ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ