ସଂପର୍କୀୟ ଭାଇ କାଟିନେଲା ସତ୍ୟନାରାୟଣଙ୍କ ମୁଣ୍ଡ , ସମ୍ବଲପୁରରେ ଚାଞ୍ଚଲ୍ୟ ,ପୋଲିସର ତନ୍ନାଘନ୍ନା

ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅନ୍ତର୍ଗତ ତିଳେଇମାଳା ସାହିରେ ଦୁର୍ବୁତ୍ତ ଘଟାଇଛନ୍ତି ବର୍ବରକାଣ୍ଡ । ଦୁବୁତ୍ତଙ୍କ ଶୀକାର ପାଲଟଛନ୍ତି ସେହି ଗ୍ରାମର ଜଣେ ଯୁବକ ସତ୍ୟନାରାୟଣ ମୁଣ୍ଡା । ସୂଚନା ଅନୁଯାୟୀ ଗତକାଲି ରାତିରେ ସେ ଦାଣ୍ଡରେ ମଶାରୀ ଟାଣି ଶୋଇଥିଲେ । ରାତିର ଶୋଇଥିବା ସମୟରେ ଶୁନଶାନ ରାତିରେ ଦୁବୁତ୍ତମାନେ ସତ୍ୟନାରାୟଣ ମୁଣ୍ଡାଙ୍କ ମୁଣ୍ଡ କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ସମ୍ବଲପୁର ଜିଲ୍ଳା ଅଇଁଠାପାଲି ତିଳେଇମାଳା ସାହିରେ । ପରିବାର ସଦସ୍ୟମାନେ ଭୋର ସକାଳୁ ସତ୍ୟନାରାୟଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଦେଖି ଆଚମ୍ବିତ ହୋଇପଡିଥିଲେ । ପରିବାର ତରଫରୁ ରାତ୍ର ୨ ଟା ସମୟରେ ଏହ÷ି ଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । । ଦୁର୍ବୁତ୍ତମାନେ ତାଙ୍କ ବେକରୁ ମୁଣ୍ଡକୁ ଅଲଗା କରି ଘଟଣା ସ୍ଥଳରୁ କଟାମୁଣ୍ଡ ଧରି ଫେରାର ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୋଲିସ ଓ ଅଂଚଳବାସୀ କଟାମୁଣ୍ଡକୁ ଖୋଜାଖୋଜ୍ି କରିଥିଲେ । କିନ୍ତୁ ସେହି ସାହିର ଉଜ୍ୱଳା ନାମକ ମୁଣ୍ଡା କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସକାଳେ ତନ୍ନତନ୍ନ କରି ଯାଞ୍ଚ କରୁଥିଲେ । ପୋଲିସ ପରିବାରର ହତ୍ୟା କାଣ୍ଡର ସାମିଲ ଥିବା କଥା ପୋଲିସ ଅନୁମାନ କର ୁଥିବାବେଳେ ଅଭିଯୁକ୍ତ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି । ଅଭିଯୁକ୍ତ ଜଣକ ସଂପର୍କୀୟ ଭାଇ ହେବ ବୋଲି ଜଣାପଡିଛି । କେଉଁ କାରଣରୁ ଏହି ହତ୍ୟା କାଣ୍ଡ ଘଟିବା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚାରା କରୁଛି ।ମୃତଦେହକୁ ଜବତ କରି ପୋଷ୍ଟ ମୋର୍ଟମ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ