ସଂଯୁକ୍ତ କିଷାନ ମୋର୍ଚ୍ଚାର ପାରଳା ରେଳ ଷ୍ଟେସନରେ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ କୃଷକ ସଭାର ଉପସଭାପତି ଜଗନ୍ନାଥ ମିଶ୍ର, ଡି.ୱାଇ.ଏଫ୍‌.ଆଇ.ର ରାଜ୍ୟ ସମ୍ପାଦକ ଜତୀନ ମହାନ୍ତି, ଆଦିବାସୀ ଅଧିକାର ମଞ୍ଚର ସଭାପତି ଦଣ୍ଡପାଣି ରଇତ ପ୍ରମୁଖ ଏଥିରେ ଯୋଗଦେଇ ମୋଦି ସରକାରଙ୍କ କୃଷକ ମାରଣ ପାଇଁ ଘୋଷଣା ହୋଇଥିବା ନୂତନ କୃଷି ବିଲ୍‌କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହ ବିନା କାରଣରେ ଅନେକ ଚାଷୀନେତାଙ୍କୁ ଗିରଫ କରି ଜେଲରେ ରଖାଯାଇଛି । ସମସ୍ତଙ୍କୁ ଜେଲରୁ ମୁକ୍ତ କରିବା ଆଦି ଦାବି ନେଇ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ