ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର ଖିଲାପ କରିଛନ୍ତି । ସେହି ଆନ୍ଦୋଳନକୁ ସ୍ଥଗିତ ରଖିବାର ସାତମାସ ପରେ ମଧ୍ୟ ମୋଦି ସରକାର କୈାଣସି ଗୋଟିଏ ଦାବି ପୁରଣ କରି ନାହାନ୍ତି । କୃଷକମାନଙ୍କ ଦାବି ପ୍ରତି ମୋଦି ସରକାରଙ୍କ ବିଶ୍ୱାସ ଘାତକତା ବିରୋଧରେ କେନ୍ଦ୍ରାପଡା ତିନିମୁହାଣୀ ଠାରେ ପ୍ରତିବାଦ ଆନ୍ଦୋଳନ ଏବଂ ଚକାଜାମ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲର ଏମ.ଏସ. ପି. ପାଇଁ ଆଇନଗତ ବ୍ୟବସ୍ଥା କରିବା, କୃଷକମାନଙ୍କ ଉପରେ ହୋଇଥିବା ସମସ୍ତ ମକ୍କଦ୍ଦମା ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତୀ ଦେବା ଏବଂ ଜନ ବିରୋଧୀ ବିଦ୍ୟୁତ ବିଲ -୨୦୨୦ ପ୍ରତ୍ୟାହାର କରିବା ପ୍ରଭୃତି ଚାରିଦଫା ଦାବିକୁ ନେଇ ଏହି ଆନ୍ଦୋଳନ ସଂଘଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ଏହି ଚକାଜାମ ଆନ୍ଦୋଳନ ସଭାରେ ଆଇ.କେ.ଏସ.ଏସ. ନେତା ଆଦିକନ୍ଦ ରାଉଳ ସଭାପତିତ୍ୱ କରିଥିଲେ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ କିଷାନ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆଇ.କେ.ଏସ.ଏସ. ନେତା ରମଣୀରଞ୍ଜନ ରାଉତରାୟ, ଓଡିଶା କୃଷକ ସଭା ନେତା ବିଜୟ ଦାସ, ନିଖିଳ ଓଡିଶା ଚାଷୀ ମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ଏଆଇଟିୟୁସି ଜିଲ୍ଲା ସଭାପତି ବାବାଜୀ ଧଳ, କିଷାନ କଂଗ୍ରେସ ଜିଲ୍ଲା ସଭାପତି ନାରାୟଣ ପରିଡା, ମହେନ୍ଦ୍ର ପରିଡା, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ବିଶିଷ୍ଟ କର୍ମଚାରୀ ନେତା ନରୋତ୍ତମ ପାର୍ଥସାରଥୀ, ଅମୀୟ ନାୟକ, ନବ ନିର୍ମାଣ କୃଷକ ସଂଗଠନର ଆବାହକ ଦାଶରଥି ସାହୁ, ଅକ୍ରୁର ପଲାଇ, ଓସିଡବ୍ଲୁ ଜିଲ୍ଲା ସମ୍ପାଦକ ମାଧବ ଦାସ, କଂଗ୍ରେସ ଦଳିତ ସେଲ ନେତା ସର୍ବେଶ୍ୱର ସେଠୀ, କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ର, ନାରୀନେତ୍ରୀ ସୁହାନା ବେଗମ, ଏଆଇକେକେଏସଏସ ନେତା ବସନ୍ତ ମଲ୍ଲିକ, ଶତ୍ରୁଘନ ବେହେରା, ସଞ୍ଜୟ ବସନ୍ତିଆ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହ ଆନ୍ଦୋଳନକାରୀ କୃଷକମାନଙ୍କୁ ମୋଦି ସରକାର ପ୍ରତିଶୃତି ଦେଇଥିବା ସମସ୍ତ ଦାବି ଗୁଡିକ ପୁରଣ ହେବା ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ପର୍ଯ୍ୟାୟ କ୍ରମେ ଜାରି ରହିବ ବୋଲି ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ