ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସଂଯୁକ୍ତ କିଷାନ ମୋର୍ଚ୍ଚା ନିଷ୍ପତ୍ତି କ୍ରମେ ଆଗାମୀ ନଭେମ୍ବର ୨୬ତାରିଖ ଦିନ ଐତିହାସିକ କୃଷକ ଆନ୍ଦୋଳନର ଦ୍ୱିତୀୟ ବାର୍ଷିକ ପରିପ୍ରେକ୍ଷୀରେ ସାରା ଦେଶ ବ୍ୟାପି ସମସ୍ତ ରାଜ୍ୟର ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ ଦିଆଯାଇଛି । ସମସ୍ତ ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ପ୍ରଣୟନ କରିବା, ସମସ୍ତ କୃଷକଙ୍କ ଋଣ ଛାଡ କରିବା, ଜନ ବିରୋଧୀ ବିଦ୍ୟୁତ ବିଲ ୨୦୨୨ବାତିଲ କରିବା, ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟାର ଖଳ ନାୟକ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରି ଦଣ୍ଡ ବିଧାନ କରିବା, କୃଷକ ସପକ୍ଷବାଦୀ ଫସଲ ବୀମା ପ୍ରଚଳନ କରିବା, ସମସ୍ତ ଗରୀବ ଚାଷୀ, ନାମ ମାତ୍ର ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରିବା, କୃଷକ ଆନ୍ଦୋଳନରେ ମୃତ ସମସ୍ତ କୃଷକ ପରିବାରକୁ ଥଇଥାନ ସହିତ ଆର୍ଥିକ ସହାୟତା ପ୍ରଦାନ କରିବା, ସିଂଘୁ ବର୍ଡରରେ ସହିଦ ସ୍ମାରକୀ ପ୍ରତିଷ୍ଠା କରିବା, ସମସ୍ତ କୃଷକ ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରିବା ପ୍ରଭୃତି ଦାବିରେ ଡାକରା ଦିଆଯାଇଥିବା ଏହି ଆନଦୋଳନକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । କୃଷକ ନେତା ଅମିୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ଆବାହକ ଗୟାଧର ଧଳ, ରମଣୀ ରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ଫକିର ଚରଣ ଖଟୁଆ, ଏଲିନା ସାମନ୍ତରାୟ, ଆଦିକନ୍ଦ ରାଉଳ, ଅଜୟ ସାମଲ, ନରତ୍ତୋମ ପାର୍ଥସାରଥୀ, ମାନସ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜଭବନ ଚାଲ ଆନ୍ଦୋଳନରେ ଜିଲ୍ଲାରୁ ଶହଶହ ସଂଖ୍ୟାରେ କୃଷକମାନେ ସାମିଲ ହେବା ପାଇଁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ