ସଂଯୁକ୍ତ ସଂଗଠନ ଜିଲ୍ଲା ଶାଖାର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଅଖିଳ ଭାରତୀୟ ସ୍ୱତନ୍ତ୍ର ସେନାନୀ ଉତ୍ତରଦାୟାଦ ସଂଯୁକ୍ତ ସଂଗଠନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସୋମବାର ସ୍ୱାଧୀନତା ସଂଗ୍ରାମୀ ସୂର୍ଗତ ପୁରୁଷୋତ୍ତମ ନାୟକଙ୍କ ବାସଭବନରେ ଆସନ୍ତା ଫେବୃୟାରୀମାସ ୧୧ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସର୍ବ ଭାରତୀୟ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ପ୍ରଥମେ କେନ୍ଦ୍ରାପଡାର ବରପୁତ୍ର ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ତାଙ୍କ ଅମରଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଂଗଠନର ସମ୍ପାଦକ ଗୋପାଳକୃଷ୍ଣ ଜେନା ସଂଗଠନର ଆଭିମୁଖ୍ୟ,ଆଗାମୀ ସମାବେଶ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଏହି ଜିଲ୍ଲାର ସଂଗ୍ରାମୀ ଦାୟାଦମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯଥା ମେଡିକାଲ ସୁବିଧା,ବସପାସ ସୁବିଧା ପ୍ରଦାନ ସହ ସଂଗଠନର କାର୍ଯ୍ୟ ପାଇଁ ଗୃହ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମୀ ବିମ୍ବାଧର ମୁଦୁଲି, ସଂଗ୍ରାମୀ ଦାୟାଦ ସଙ୍ଘ ସଭାପତି ବିଚିତ୍ରାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି କୁଳମଣୀ ରାଉତ, ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଗୋପାଳକୃଷ୍ଣ ଜେନା, ଅକ୍ଷୟ କୁମାର ରାଉତ, ସତ୍ୟନାରାୟଣ ନାୟକ, ପଦ୍ମଚରଣ ଦାସ, ପ୍ରଦିପ କୁମାର ଦାସ, ପ୍ରତାପ ସାହୁ, ଦେବସ୍ମିତା ପରିଡା, ଶସ୍ମିତା ମିଶ୍ର, ପ୍ରଭାକର ରାଉତ, ଗୋଲଖବିହାରୀ ପାତ୍ର, ନିରଞ୍ଜନ ସାହୁ, ରଜନୀ ଦାସ, ତୁଷାରକାନ୍ତ ଘୋଷ, ଦେବାଶିଷ ମଲ୍ଲିକ, କୃପାସିନ୍ଧୁ ଦାସ, ମନୋରଞ୍ଜନ ଜେନା, ପ୍ରିତିରଞ୍ଜନ ପରିଡା, କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ଗଦାଧର ନାୟକ, ବୈକୁଣ୍ଠନାଥ ନାୟକ ପ୍ରମୁଖ ସଂଗ୍ରାମୀ ଓ ଦାୟାଦମାନେ ଉପସ୍ଥିତରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


