ସଂଶୋଧିତ ସହାୟକ ମୂଲ୍ୟରେ ବନଜାତ ଦ୍ରବ୍ୟ କ୍ରୟ ଆରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା “ଜନଜାତି ଜୀବିକା ଓ ନିରାପତ୍ତା” ଉପରେ ନୂଆଦିଲ୍ଲୀ ଠାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସହିତ ଏକ ଭିଡିଓ କନଫରେନ୍ସ ବୈଠକ କରିଛନ୍ତି। ବୈଠକରେ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ସରୁତା, ମନ୍ତ୍ରଣାଳୟର ସଚିବ ଦୀପକ ଖାଣ୍ଡେକର, ଟ୍ରାଇଫେଡ ଏମଡି ପ୍ରବୀର କ୍ରିଷ୍ଣା ଓ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ଲଘୁ ବନଜାତ ସାମଗ୍ରୀ (ଏମଏଫପି) ସଂଶୋଧିତ ଦରରେ କ୍ରୟ କରିବା ସହିତ ଜନଜାତିଙ୍କ ଜୀବନଜୀବିକା ବୃଦ୍ଧି ଦିଗରେ ସହାୟତା କରିଥିବାରୁ ରାଜ୍ୟଗୁଡ଼ିକୁ ଅଭିନନ୍ଦନ ଜଣାଇଥିଲେ। ମେ ପହିଲା ଠାରୁ ୫୦ଟି ଲଘୁ ବନଜାତ ସାମଗ୍ରୀର ଏମସପି ବୃଦ୍ଧି କରାଯାଇଛି। ଏହାପରେ ସଂଶୋଧିତ ଦରରେ ୧୭ଟି ରାଜ୍ୟ ୪୦ କୋଟି ଟଙ୍କାର ଏମଏଫପି କ୍ରୟ କରିଛନ୍ତି। ଜନଜାତି ଲୋକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ଯେପରି ପାଇପାରିବେ ତାହା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜନଜାତି ବ୍ୟାପାର ମନ୍ତ୍ରୀ ବିଭିନ୍ନ ରାଜ୍ୟରେ ଚାଲିଥିବା ପ୍ରଧାନମନ୍ତ୍ରୀ ବନଧନ ଯୋଜନାର କାର‌୍ୟ୍ୟକାରିତା ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ଜନଜାତି ଉତ୍ପାଦର ମୂଲ୍ୟବୃଦ୍ଧି କରିବା ଏବଂ ବିଶ୍ଵ ବଜାରରେ ପହଞ୍ଚାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ। ବନଧନ କେନ୍ଦ୍ରଗୁଡ଼ିକ ଜନଜାତି ଉତ୍ପାଦ ବିପଣନ ଲାଗି ବଜାର ଭିତ୍ତିଭୂମି ଯୋଗାଇ ଦେଉଛି। କୋଭିଡ-୧୯ କାରଣରୁ ଦେଖାଦେଇଥିବା ସ୍ଥିତିରେ ଘରକୁ ଫେରୁଥିବା ଜନଜାତି ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ମୁଣ୍ଡା ସମୀକ୍ଷା କରିଥିଲେ। ବନଧନ କେନ୍ଦ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଜନଜାତି ଉତ୍ପାଦ ବିପଣନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନୂଆଦିଲ୍ଲୀ ଦକ୍ଷେପକୁ ବିଭିନ୍ନ ରାଜ୍ୟ ପ୍ରଶଂସା କରିଥିଲେ। ଟ୍ରାଇଫେଡ ଏମଡି କ୍ରିଷ୍ଣା କହିଥିଲେ ଯେ ସଂଶୋଧିତ ଏମଏସପିରେ ସରକାରୀ ସଂସ୍ଥାଗୁଡ଼ିକ ୪୦ କୋଟି ଏବଂ ଘରୋଇ ସଂସ୍ଥାଗଗୁଡ଼ିକ ୩୦୦ କୋଟି ଟଙ୍କାର ଲଘୁ ବନଜାତ ସାମଗ୍ରୀ କ୍ରୟ କରିବା କାରଣରୁ ବହୁସଂଖ୍ୟକ ଜନଜାତି ଜନସଂଖ୍ୟା ଲାଭବାନ ହୋଇଛନ୍ତି । ୧୨୦୫ଟି ବନଧନ କେନ୍ଦ୍ର ସାରା ଦେଶରେ ପ୍ରତିଷ୍ଠା କରାଯାଇଛି ଏବଂ ଏହାଦ୍ଵାରା ୩.୭୫ ଲକ୍ଷ ୧୮୦୭୫ ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଲାଭବାନ ହୋଇଛନ୍ତି। ବନଧନ କେନ୍ଦ୍ର ପ୍ରତିଷ୍ଠା ଲାଗି ୧୬୬ କୋଟି ମଞ୍ଜୁର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ