ସଂସ୍କାରଭାରତୀ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସଂସ୍କାରଭାରତୀ ଉତ୍କଳ ପୂର୍ବ ପ୍ରାନ୍ତ ଆନୁକୂଲ୍ୟରେ ଭାରତରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକର ଓ ଓଡିଶାର ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତର ମହାନାୟକ ପଣ୍ଡିତ ଡଃ.ଦାମୋଦର ହୋତାକୁୁ ୟୁନିଟ ୮ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏଥିରେ ସଂସ୍କାର ଭାରତୀ ପୂର୍ବପ୍ରାନ୍ତ ଅଧ୍ୟକ୍ଷ ତଥା ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଡଃ ଶାନ୍ତନୁ ରଥ ଭାରତରତ୍ନ ଲତା ମଙ୍ଗେସକରଙ୍କ ସଂଗୀତ ସାଧନା ଓ ସିଦ୍ଧି ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅସିତ ବରଣ ମହାପାତ୍ର ପଣ୍ଡିତ ଡଃ ଦାମୋଦର ହୋତାଙ୍କର ଶାସ୍ତ୍ରୀୟ ସଙ୍ଗୀତର ସଂଘର୍ଷମୟ ଜୀବନ ଓ ଓଡିଶା ପାଇଁ ତାଙ୍କର ଅବଦାନ ବିଷୟ ଉପରେ ଆଲୋକପାତ କରିଥିଲେ । ଅମରେନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସସ୍ମିତା ପରିଡା ଧ୍ୟେୟଗୀତ ପରିବେଷଣ କରିଥିଲେ । ଆରଏସ୍‌ଏସ୍ ର ଭୁବନେଶ୍ୱର ମହାନଗର ସହକାର୍ଯ୍ୟବାହ ସୁବ୍ରତ ତ୍ରିପାଠୀ, ମହାନଗର ପ୍ରଚାରକ ରାଜେଶ୍ୱର ରାଉତ, ଆରତୀ ଜେନା, ସନୁଜା ମେଘମାଳା, ଅନିତା ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂଗୀତ ମାଧ୍ୟମରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ରଶ୍ମିତା ଦାଶ, ସସ୍ମିତା ପରିଡା, ମୃତ୍ୟୁଞ୍ଜୟ ଓ ପ୍ରତୀକ୍ଷା । ପରିଶେଷରେ ବଂଶୀତା ଓ ପ୍ରୟୋଗରାଜ ରାଷ୍ଟ୍ରୀୟଗାନ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ