ସଂସ୍କୃତିର ସଂଗମକ୍ଷେତ୍ର ଦକ୍ଷିଣ ଓଡିଶା
ଦକ୍ଷିଣଓଡିଶା ଦକ୍ଷତାରଓଡିଶା, ତୃପ୍ତତାରଓଡିଶା, ଦୁର୍ଦ୍ଦାନ୍ତତାରଓଡିଶା । ଦକ୍ଷିଣଓଡିଶା ଦୁର୍ବାରଓଡିଶା । ବନଜଂଗଲରୁ ଆରମ୍ଭ କରି ପାହାଡପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣଓଡିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢଭାବମୂର୍ତି ପ୍ରଦାନ କରିଥିଲା । ଏଠି ଥିଲାଓଡିଶାବିଖ୍ୟାତରାଜବଂଶରରାଜବାଟୀସବୁଏବଂ ପ୍ରଜାମାନେ ଥିଲେ ପ୍ରଖରଯୋଦ୍ଧାଜଣେଜଣେ । କିମ୍ବଦନ୍ତୀରୁଇତିହାସ ପର୍ଯ୍ୟନ୍ତ ଦକ୍ଷିଣଓଡିଶାର ଆଭାସଚିତ୍ରବିଚିତ୍ରବର୍ଣ୍ଣାଳୀରେବିସ୍ମୟକର । ରାଜାମାନେ କେବଳରାଜନୀତିକରୁନଥିଲେକିଶାସନ କରୁନଥିଲେ, ସାହିତ୍ୟକଳା-ସଂସ୍କୃତି ପାଇଁ ତଥା ଏକ ସାଂସ୍କୃତିକଓଡିଶାର ଅଭ୍ୟୁତ୍ଥାନ ପାଇଁ ଅନନ୍ୟ ଅନୁପ୍ରେରଣାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦର୍ଶନ କରିଆସୁଥିଲେ – ପ୍ରଜାମାନେ ମାଟି ଆଉମାଆରମହତରକ୍ଷା ପାଇଁ ପ୍ରାଣପାତକରିବାକୁକୁଣ୍ଠିତହେଉନଥିଲେ କଦାପି । ମାତ୍ରବ୍ରିଟିଶ୍ଶାସନକାଳରେଏହିଶୂରବୀରରଭୂଖଣ୍ଡକୁଶାସନଗତସୁବିଧାବାଦ ତଥା ସାମ୍ରାଜ୍ୟବାଦର ସ୍ୱାର୍ଥରକ୍ଷା ଦୃଷ୍ଟିରୁସାମିଲ୍କରାଇଦିଆଗଲାମାଡ୍ରାସ୍ପ୍ରେସିଡେନ୍ସୀସହିତ । ଏହାଫଳରେ ପାରମ୍ପରିକରାଜଶକ୍ତିରସ୍ପର୍ଦ୍ଧାହେଲାଭୂଲୁଣ୍ଠିତଏବଂ ପ୍ରଜାଶକ୍ତିହେଲା ପଦାନତ । ପରାଧୀନ ଭାରତବର୍ଷରେ ଦକ୍ଷିଣଓଡିଶାରଏହି ଦଶା ଏକ ଐତିହାସିକବିଡମ୍ବନା । ତଥାପି ପାଉଁଶତଳର ନିଆଁ ପରି ଏ ମାଟିରମଲାଟତଳେ ପ୍ରସ୍ତୁତହେଉଥିଲା ଅନାଗତଭବିଷ୍ୟତର ଆଗ୍ନେୟ ଆହ୍ୱାନୀ । ଉତ୍କଳ ସମ୍ମିଳନୀର ମହାମଂଚରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁଯେଉଁଭାଷାଭିତିକ ଆନ୍ଦୋଳନର ଆବାଜଉଠିଥିଲା, ତାହାର ପୃଷ୍ଠଭୂମିରେ ଥିଲାଏହି ଦୁର୍ବାର ଦକ୍ଷିଣଓଡିଶାର ଦୃପ୍ତ ଦାବୀନାମା । କାରଣମାନକଓଡିଆଭାଷାରଭଣ୍ଡାରକୁସର୍ବାଧିକ ଅବଦାନ ଦେଇଛନ୍ତି ଏ ମାଟିରବରପୁତ୍ରବର୍ଗ – ଭଞ୍ଜ, ବଳଦେବ, ଗୋପାଳକୃଷ୍ଣଙ୍କଠାରୁ ଆରମ୍ଭ କରିବହୁବିଦ୍ୱାନ ପଣ୍ଡିତଙ୍କରଏହି ପବିତ୍ରଭୂମିଓଡିଆଭାଷାର ଆଭିଜାତ୍ୟକୁ ଅକ୍ଷୁର୍ଣ୍ଣରଖିବାରେଛାଡିଯାଇଛି ଅକ୍ଷୟକୀର୍ତିର ଉଜ୍ଜ୍ୱର୍ସ୍ୱଳଇତିହାସ ।
ମୁଁଏସବୁ ତଥ୍ୟରଜଞ୍ଜାଳଭିତରକୁ ନଯାଇସତ୍ୟରକେତୋଟିଝଲକମାତ୍ରସୂଚାଇଦେବାକୁଚାହୁଁଛି – ସେସତ୍ୟଯେତେ ଅପ୍ରିୟହେଉନାକାହିଁକିଏକାନ୍ତ ପ୍ରଣିଧାନଯୋଗ୍ୟ । ବ୍ରିଟିଶ୍ସରକାର ଦକ୍ଷିଣଓଡିଶାକୁମାଡ୍ରାସ୍ପ୍ରେସିଡେନ୍ସୀର ଅନ୍ତର୍ଭୁକ୍ତକରିବା ଦ୍ୱାରା ଯେପରିଏହାର ପାରମ୍ପରିକରାଜଶକ୍ତିକୁମ୍ଲାନନିଷ୍ପ୍ରଭକରିଦେଇ ପ୍ରଜାଶକ୍ତିର ପ୍ରମତତାକୁ ପ୍ରାଣହୀନ କରିଦେଇଥିଲେ, ସ୍ୱାଧୀନତା ପରେ ଏଇ କିଛିବର୍ଷତଳେଓଡିଶାସରକାରସେହିପରି ଅବିଭକ୍ତଗଞ୍ଜାମ-କୋରାପୁଟକୁନେଇମୁଣ୍ଡଉଠାଇଆସିଥିବା ଦକ୍ଷିଣଓଡିଶାକୁ ଆହୁରିଗୁଡିଏ ନୂଆ ନାଆଁରତାଲିକାରେଜିଲ୍ଲାୱାରୀ ଖଣ୍ଡଖଣ୍ଡ କରିଦେବାଦ୍ୱାରାଏହାର ଅଖଣ୍ଡ ଆତ୍ମଶକ୍ତିକୁସବୁଦିନ ପାଇଁବିଭାଜିତକରିଦେଲେ । ଏହାଦ୍ୱାରାଜିଲ୍ଲାପାଳଚାକିରିରକେବଳବଢତିହେଲା, ଅଧିକସରକାରୀ ଅଫିସଖୋଲାଯାଇ ଦପ୍ତରଗୁଡାକୁ ପରାଙ୍ଗପୁଣ୍ଠ ସରକାରୀ ଦରବାରରଗୋଟିଏଗୋଟିଏକରଆଦାୟକାରୀକ୍ୟାମ୍ପସ୍ରେ ପରିଣତକରାଗଲାଏବଂଭୂଇଁଫୋଡାଶାସନର ଦୁର୍ନୀତି-ଧାରାକୁ ନୂଆନୂଆଜିଲ୍ଲାରେବିସ୍ତାରକରିଦିଆଗଲା । ମାତ୍ର ଦୁଇଟିଜିଲ୍ଲାକୁଛୋଟବଡଗୁଡିଏଜିଲ୍ଲାରେତାଲିକାଧୀନ କରାଇଓଡିଶାସରକାରକିବାହାଦୁରି ଦେଖାଇଲେତା’ ମାଆମହାଦେଈକୁଜଣା, ମାତ୍ରମୋରବିନମ୍ରମତ ଯେ ଏହାଦ୍ୱାରାକେବଳଶାସନର ଓ ପ୍ରଶାସନର ଫାଇଦା ହେଲା; ହେଲେ ଦକ୍ଷିଣଓଡିଶାର ଜନଗଣ ଦ୍ୱିତୀୟଥର ପାଇଁ ଦେଖାଇଶିକାରହେଲେ ଏକ ସୁଦୂରପ୍ରସାରୀସରକାରୀଷଡଯନ୍ତ୍ରର ! ଏ ଷଡଯନ୍ତ୍ରର ସ୍ୱରୂପକୁଏବେହୁଏତ ଦକ୍ଷିଣଓଡିଶାବାସୀ ଦେଖିପାରୁନାହାନ୍ତି, କିନ୍ତୁ ଅଦୂରଭବିଷ୍ୟତରଏହାରବିଷମୟ ପରିଣାମକୁ ଅଙ୍ଗେ ନିଭାଇବେ ନାତି-ଅଣନାତିଙ୍କୁନେଇ ଆମରଉତରଦାୟାଦ । ପ୍ରଥମତଃ, ଏହିବିଭାଜନକୁ ନିଜର ଆର୍ଥିକ ଆଁ’ରଚାହିଦା ମେଂଟାଇବାକୁ ଯାଇଓଡିଶାସରକାର ନୂଆଯୋଜନା ନାଆଁରେକାଏମ୍କରିଦେଲେ, କିନ୍ତୁ ଦକ୍ଷିଣଓଡିଶାର ଆତ୍ମିକସୂତ୍ରକୁଛିନ୍ନକରିଦେଲେସବୁଦିନ ପାଇଁ । ଆଦିବାସୀ ଓ ଅଧିବାସୀଙ୍କସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ମିଳିତ ସ୍ଥିତିକୁନେଇଯେଉଁ ଦକ୍ଷିଣଓଡିଶା ଦିନେ ଏକ ଦକ୍ଷ ଓ କାର୍ଯ୍ୟକ୍ଷମଓଡିଶାହୋଇସାରାଓଡିଶାର ଦକ୍ଷିଣଦୁଆରୀ ଘର ବୋଲାଉଥିଲା, ତାହା ଆଜିଗୋଟାଏଭଂଗାଘର – ଯେଉଁଠି ଜନଅସନ୍ତୋଷର ପ୍ରତିକ୍ରିୟାସ୍ୱରୂପ ନବଜନ୍ମନେଇଛିମାଓବାଦୀ ଲାଲ୍ବାହିନୀ । ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାଯିବ ଯେ ଅବିଭକ୍ତଗଂଜାମ-କୋରାପୁଟର ଦକ୍ଷିଣଓଡିଶାଯେତେମାଓବାଦୀ ଆକ୍ରମଣରେ ଅତିଷ୍ଠହେଉନଥିଲା, ବର୍ତମାନରଶାସନ-ପ୍ରଶାସନରମିଳିତମେଂଟରଚକ୍ରାନ୍ତରେଚୂର୍ଣ୍ଣାଭୂତ ଦକ୍ଷିଣଓଡିଶା ପ୍ରତ୍ୟହ ପ୍ରାଣପୀଡାଭୋଗୁଛି ନବ୍ୟମାଓବାଦୀ ଅଭିଯାନରସନ୍ତ୍ରାସୀସଂପ୍ରସାରଣ ଦ୍ୱାରା । ଦକ୍ଷିଣଓଡିଶାରଏହି ନୈତିକ ଓ ସାଂସ୍କୃତିକମଂଚକୁମୁଁରାଜନୈତିକମଂଚଭାବରେବ୍ୟବହାରକରିବାକୁ ଯାଉନାହିଁ । ମାତ୍ରଗୋଟିଏକଥା ଏଠାରେ ସ୍ପଷ୍ଟ ସୂଚାଇଦେବାକୁଚାହୁଁଛି ଯେ ଗତକାଲିରରାଜତନ୍ତ୍ରଲାଳିତରାଜାମାନଙ୍କରରାଜନୀତି ଏ ମାଟିରକଳା-ସାହିତ୍ୟ-ସଂସ୍କୃତିରକ୍ରମବିସ୍ତାର ପାଇଁଯେଉଁ ନବଜାଗରଣକୁଜନ୍ମ ଦେଇଥିଲା, ଆଜିକାଲିକାର ଗଣତନ୍ତ୍ରପାଳିତମନ୍ତ୍ରୀମାନଙ୍କରରାଜନୀତି ଅତୀତରସେରେନେଁସାବା ନବଜାଗରଣକୁ ଦେଇସାରିଛି ଦାରୁଣମୃତ୍ୟୁଦଣ୍ଡାଦେଶ ! ଆଉ ଏ ମାଟିରେଭଂଜ, ବଦଳଦେ କି ଗୋପାଳକୃଷ୍ଣମାନେ ଜନ୍ମନେବା ଏକ ଦିବାସ୍ୱପ୍ନ । ଆଜିଏଠିକେବଳଟଙ୍କା – ଟଙ୍କା – ଟଙ୍କା..ଟଙ୍କା ପଛରେସମସ୍ତେଟିଙ୍କ – କିଏ ପଚାରୁଛିକଳା-ସାହିତ୍ୟ-ସଂସ୍କୃତିକଥା ? ଇଏ ଆଜିକିରାଜନୀତି ? ଏଇ ଦକ୍ଷିଣଓଡିଶାରୁବିଶ୍ୱନାଥ ଦାସ, ସଦାଶିବତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ବିଜୁ ପଟ୍ଟନାୟକ ପ୍ରମୁଖମୁଖ୍ୟମନ୍ତ୍ରୀହୋଇଛନ୍ତି, ପୁଣିସର୍ବାଗ୍ରେସ୍ମରଣୀୟଗଜପତି କୃଷ୍ଣଚନ୍ଦ୍ର ମଧ୍ୟ ଏଇ ଦକ୍ଷିଣଓଡିଶାରୁହିଁସାକାରକରିଛନ୍ତି ସ୍ୱତନ୍ତ୍ର ଓଡିଶାର ସ୍ୱପ୍ନ । ବିଜୁତନୟ ନବୀନ ମଧ୍ୟ ଏହିବୀରମାଟି ଦକ୍ଷିଣଓଡିଶାରସମର୍ଥନ ପାଇଏବେସାରାଓଡିଶାରମୁଖ୍ୟମନ୍ତ୍ରୀ । ଅଥଚ ଏ ଲୋହିତଲାଭାରମାଟିଯେଉଁତିମିରେକୁସେଇତିମିରେ ।
ଦକ୍ଷିଣଓଡିଶାର ଦାବୀନାମା ଆଜିସରକାରୀସିରସ୍ତାର ଫାଇଲ୍ ଫାଙ୍କରେଫେରାର୍ ! ଦୂରପର୍ବତସବୁ ଦିବ୍ୟସୁନ୍ଦର ଦିଶୁଛି – କିନ୍ତୁସବୁଜଙ୍ଗଲ ପାଲଟିଛିଜଉଘରର – ଜଳୁଛି, ଜଳୁଛି, ନିଭିବାର ନାହିଁ ଏ ନିସ୍ତାରହୀନ ଜ୍ୱଳନରୁ । କିଏବୁଝିବ ଦକ୍ଷିଣର ଏ ଦୁଃଖ ?ସମସ୍ତେ ତ ‘ଦକ୍ଷିଣା’ ଦାୟରେ ଦୋରସ୍ତ ! ଚାହୁଁଚିକିଏଚିଲିକାର ନୀଳଚଂଚଳଚାହାଣିକୁ ?ଚିତ୍ରପଟଚିରିଗଲାଣି – ଚାଲିଛିକେବଳଚିଙ୍ଗୁଡିଚାଷ – ଘେରିବନ୍ଧାଫେରିବାଲାଙ୍କ ପର୍ଦ୍ଦାଫାଶ !
ଏଇ ଓଡିଶାର ଦକ୍ଷିଣଦୁଆରୀଘରୁକେତେକଳାକାର, କେତେଶିଳ୍ପୀ ପୃଥିବୀପ୍ରଖ୍ୟାତହୋଇପାରିଛନ୍ତି । ଖଲ୍ଲିକୋଟ ଏଇ କଳାସଂସ୍କୃତିର ଆଧୁନିକଏନ୍ତୁଡିଶାଳ । କିନ୍ତୁକାହିଁ, କର୍ପୂରଉଡିଗଲା ପରେକନାକୁବି ଅନାଉଛିକିଏ ?
ଦକ୍ଷିଣଓଡିଶାଚନ୍ତ୍ରଭୂମି । ଏହିତନ୍ତ୍ରଭୂମିର ମନ୍ତ୍ର ଆଜିମସୀଲିପ୍ତ । ଗାଆଁଗଆଁରେଗ୍ରାମଦେବତାର ଦେଉଳସବୁ ଦିଶୁଛି ଅସ୍ଥିକଙ୍କାଳସାର ଅସ୍ତିତ୍ୱ ପରି । ଦିଅଁମାନେ ଶୋଇପଡିଛନ୍ତି ପଥରବେଦିରେ । ଆଉଶୁଭୁନାହିଁପ୍ରେରଣାର ପୂରବୀ : ଭାଷାଛନ୍ଦରଭୈରବୀ ।
ଏ ଭୂମିହେଉଛିସଂସ୍କୃତିରସଙ୍ଗମକ୍ଷେତ୍ର । ଏଠିଏକାଧାରରେସାମନ୍ତବାଦୀ ସାହିତ୍ୟ ଓ ଆଦିବାସୀଲୋକସାହିତ୍ୟର ଯୁଗନଦ୍ଧ ଅଭିବ୍ୟକ୍ତିଉଲ୍ଲେଖଯୋଗ୍ୟ । ଭଂଜଭୂମିଗଂଜାମରେରୀତିକାବ୍ୟରମହାସମୁଦ୍ର ଉଚ୍ଛୁଳିଉଠିଥିଲାବେଳେ ଆଦିଭୂମିକୋରାପୁଟର ପବନରେଲହରିସୃଷ୍ଟିକରିଛି ଆଦିବାସୀସାହିତ୍ୟର ପ୍ରାଣସ୍ପନ୍ଦନ । ଓଡିଆଭାଷାକୁମହାର୍ଘମାନ୍ୟତା ପ୍ରଦାନ କରିବାରେ ଦକ୍ଷିଣଓଡିଶାର ଅବଦାନ ଅବିସ୍ମରଣୀୟ । ଅଥଚ ମାତୃଭାଷାରମର୍ଯ୍ୟାଦା ପାଇଁମିନିଟିଏଚିନ୍ତନ କିଚର୍ଚ୍ଚାକାହିଁ ? ଆଜିତାମିଲ, ତେଲଗୁ, ମାଲୟାଲମ୍, କନ୍ନଡ ସମେତସଂସ୍କୃତଭାଷା ନିଜନିଜରମାନ୍ୟତା ଦାବୀରେକେନ୍ଦ୍ରରୁଶହେକୋଟିଲେଖାଏଁ ଆର୍ଥିକ ଅନୁଦାନ ପାଇସାରିଲେଣି, ମାତ୍ର ଆମର ନିଦ ଭାଙ୍ଗି ପାରିଲାନାହିଁଏଯାଏଁ । ସାଧାରଣଓଡିଆଭାଷାକୁମାନ୍ୟତାସଂପନ୍ନ ଏକ ମାନକମହାଭାଷାରେ ପରିଣତକରିସାରିଥିବା ଦକ୍ଷିଣଓଡିଶା ଆଜି ଦାବୀଦାର୍ – କେନ୍ଦ୍ରରୁଓଡିଆଭାଷା ପାଇଁଶହେକୋଟିଟଙ୍କା ଆଦାୟକ୍ଷେତ୍ରରେ । ଏଥିପାଇଁ ଅବିଳମ୍ବେ ଆରମ୍ଭ ହେଉକ୍ଷେତ୍ରପ୍ରସ୍ତୁତିର ପର୍ବ । ଦକ୍ଷିଣଓଡିଶାରେ ପ୍ରଥମେ ପ୍ରତିଷ୍ଠାହେଉଓଡିଶାରସାଂସ୍କୃତିକରାଜଧାନୀ । ବିଦ୍ୱାନ, ବୁଦ୍ଧିଜୀବୀ, ବାଗ୍ମୀବର୍ଗଏକଜୁଟହୁଅନ୍ତୁ ଏବଂଏହିମହତଲକ୍ଷ୍ୟ ଓ ଲୟ ନିମନ୍ତେ ପରମଶୁଭେଚ୍ଛୁଭୂମିକାରେ ଅବତୀର୍ଣ୍ଣହୁଅନ୍ତୁ ଏ ମାଟିର ଅଭୁଲାରାଜବଂଶ । ଏଠୁ ଦାବୀର ଫର୍ଦ୍ଦ ପଢାହେଲେ ଯାଇଓଡିଶାସରକାରଙ୍କକୁମ୍ଭକର୍ଣ୍ଣୀ ନିଦ୍ରାର ଅନ୍ତ ଘଟିବ ନିଶ୍ଚୟ ।
ଆଜିଆଉଥରେ ଏକ ଜୋର୍ଦାର୍ଭାଷାଆନ୍ଦୋଳନରସମୟ ପହଂଚିଛି । ଦକ୍ଷିଣଓଡିଶା ନିକଟରୁଏହାର ନିର୍ଭରଯୋଗ୍ୟନେତୃତ୍ୱ ଦାବୀକରୁଛିମୁଁ ।
ମାୟାଧର ନାୟକ
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩


