ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର ୧୫୭୯କଳାକାରଙ୍କୁ ୪ମାସର ଭତ୍ତା ଆଗୁଆ ପ୍ରଦାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) – ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର କଳାକାରମାନଙ୍କ ନିମନ୍ତେ ଆଗୁଆ ୪ମାସର ଭତ୍ତା ମଞ୍ଜୁର କରାଯାଇଛି । ପ୍ରତ୍ୟେକ କଳାକାରଙ୍କୁ ମାସିକ ୧୨ଶହ ଟଙ୍କା ଲେଖାଁଏ ୪ମାସ ପାଇଁ ଆଗୁଆ ୪ହଜାର ୮ଶହ ଟଙ୍କା ପ୍ରଦାନ କରାଯିବ । ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ମୋଟ ୧୫୭୯ କଳାକାରଙ୍କ ପାଇଁ ୭୫ଲକ୍ଷ ୭୯ହଜାର ୨ଶହ ଟଙ୍କା ପ୍ରତ୍ୟେକ କଳାକାରଙ୍କ ବ୍ୟାଙ୍କ ଆକାଉଁଟକୁ ଆସନ୍ତା ୨/୩ଦିନ ଭିତରେ ପଠାଇ ଦିଆଯିବ ବୋଲି ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ