ସଂସ୍କୃତ ଦିବସରେ ପଣ୍ଡିତ ମନ୍ମଥ କୁମାର ମିଶ୍ର ସମ୍ବର୍ଦ୍ଧିତ
ବାଲେଶ୍ୱର,(ସରୋଜ ପଣ୍ଡା): ସଂସ୍କୃତ ଦିବସ ପାଳନ ଅବସରରେ ଜିଲା ଶିକ୍ଷା ବିଭାଗ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ଚାରିଗାଁ ରାମେଶ୍ୱର ସଂସ୍କୃତ ବିଦ୍ୟାଳୟର ପଣ୍ଡିତ ମନ୍ମଥ କୁମାର ମିଶ । ଜିଲା ସ୍କୁଲ ପ୍ରଧାନ ଶିକ୍ଷକ ଡ. ପ୍ରଫୁଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ବରେଣ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଶ୍ରୀ ମିଶ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ତାଙ୍କର ନିଷ୍ଠାପର ଶିକ୍ଷାଦାନ ସାଙ୍ଗକୁ ବୈଦିକ କର୍ମକାଣ୍ଡ ପାଇଁ ଶ୍ରୀ ମିଶ୍ରଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେହିପରି ପରିବେଶ ସୁରକ୍ଷା ଉପରେ ଗବେଷଣାରତ ରଘୁନାଥ ଜୀଉ ସଂସ୍କୃତ ମହାବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ମଧ୍ୟ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।