ସଂସ୍କୃତ ମଣ୍ଡଳର ସହକାରୀ ଅଧୀକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ତଥା ଜିଲା ସଂସ୍କୃତ ମଣ୍ଡଳର ସହକାରୀ ଅଧୀକ୍ଷକ ପଣ୍ଡିତ ମନ୍ମଥ କୁମାର ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ କରିଥିଲେ । ନୁତନ ସହକାରୀ ଅଧୀକ୍ଷକ ପଣ୍ଡିତ କମଳାକାନ୍ତ ରାଉତ ତାଙ୍କୁ ଉପାୟନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗତ ୫ବର୍ଷ ମଧ୍ୟରେ ସେ ଅଧୀକ୍ଷକ ଓ ୧୦ବର୍ଷ ଧରି ଜିଲା ମଣ୍ଡଳର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିବା ଶ୍ରୀ ରାଉତ କହିଥିଲେ । ଶ୍ରୀ ମିଶ୍ର ଜିଲାର ଶିକ୍ଷକ/ପଣ୍ଡିତମାନଙ୍କ ପାଇଁ ପୂର୍ବଭଳି କର୍ମକର୍ତ୍ତା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସେ ସମ୍ବର୍ଦ୍ଧିତ ଅବସରରେ ପ୍ରତିଶ୍ରୁତି ଦେଇଥିଲେ । ସଭାରେ ମହାମଣ୍ଡଳର ସମ୍ପାଦକ ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ରାଜ୍ୟ କର୍ମକର୍ତ୍ତା ହରି ପାଣିଗ୍ରାହୀ, ପୂର୍ବତନ ସମ୍ପାଦକ ରମାକାନ୍ତ କର, ପରାମର୍ଶଦାତା ଅଧ୍ୟାପକ କମଳାକାନ୍ତ ଦାଶ, ପଣ୍ଡିତ ନାରାୟଣ ଦାଶ, ସଂଗ୍ରାମ ମହାପାତ୍ର, ବୀରେନ୍ଦ୍ର ପଣ୍ଡା, ଆନନ୍ଦ ତ୍ରିପାଠୀ, କରୁଣାକର ଶଙ୍ଖୁଆ, ଦେବେନ୍ଦ୍ରନାଥ ଦାଶ, କୋଷାଧ୍ୟକ୍ଷ- ସୁରେନ୍ଦ୍ରନାଥ ଜେନା, ମୃତ୍ୟୁଞ୍ଜୟ ସୁର, ଦୀନବନ୍ଧୁ ନାୟକ ଓ ଅବିନାଶ ପଣ୍ଡା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ୟୁକ୍ରେନରେ ଯୁଦ୍ଧବନ୍ଦ ପାଇଁ ଶାନ୍ତି ପ୍ରାର୍ଥନା କରାଯାଇଥିଲା । ପଣ୍ଡିତ ଗଣେଶ୍ୱର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ