ସକାଳୁ ଉଠିବା ପରେ ଏସବୁ ଜିନିଷ ଦେଖିଲେ ଜାଣିବେ ଦିନଟି ଭଲରେ କଟିବ

କୁହାଯାଏ ଦିନର ପ୍ରାରମ୍ଭ ଯେପରି ହୋଇଥାଏ ସେହିପରି ଭାବେ ଦିନଟି କଟିଥାଏ । ଏଥିଲାଗି ଦିନର ଆରମ୍ଭ ଶାନ୍ତ ମନରେ କରିବାକୁ କୁହାଯାଏ । ଶାସ୍ତ୍ର ଅନୁସାରେ ସକାଳ ସମୟରେ ଏଭଳି କିଛି ଜିନିଷ ଦେଖିଲେ ବା ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ଦିନଟି ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି । ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ଦେଲେ ଦିନଟି ଆହୁରି ଭଲରେ କଟିପାରିବ । ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଜିନିଷ ଦେଖିବେ କେଉଁ କାର୍ଯ୍ୟ କରିବା ଦ୍ୱାରା ଦିନଟି ଭଲରେ କଟିଥାଏ । ଶାସ୍ତ୍ର ଅନୁସାରେ ହାତ ପାପୁଲିରେ ସୃଷ୍ଟି ରଚନାକାରୀ ବ୍ରହ୍ମା, ଧନ ଦେବୀ ଲକ୍ଷ୍ମୀ ଓ ସୁଖ ସମୃଦ୍ଧି ଦେବୀ ସରସ୍ୱତୀ ବାସ କରିଇଥାନ୍ତି । ଏଥିଲାଗି ସକାଳେ ସମୟରେ ଉଠିବା ପରେ ନିଜ ହାତ ପାପୁଲି ଦେଖି ଭଗବାନଙ୍କୁ ସ୍ମରଣ କରିବା ଉଚିତ । ସକାଳୁ ଘରୁ ବାହାରିବା ସମୟରେ ଗାଈ ଦେଖିଲେ ବା ଗାଈର ରଡି ଶୁଣିବା ଶୁଭ ହୋଇଥାଏ । ସକାଳ ସମୟରେ ପକ୍ଷୀ ଦେଖିଲେ ବା ପକ୍ଷୀ ରାବ କାନରେ ପଡିଲେ ଜାଣିବେ ଦିନଟି ଭଲରେକଟିବ । ସେହିପରି ସକାଳ ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରକୁ ଯାଇଥିଲେ ମନ୍ଦିର ଦର୍ଶନ ବା ମନ୍ଦିର ଘଣ୍ଟି ଶବ୍ଦ ଶୁଣିବା ଶୁଭ । ମନ୍ଦିର ଘଣ୍ଟି ଶୁଣିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ସକାଳ ସମୟରେ ସୁନା, ତମ୍ବା, ଘାସ ଦେଖିବା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ