ସକ୍ରିୟ ହେଉଛି ‘ଫନି’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନି’ ଓଡିଶା ଉପକୂଳ ଦେଇ ଗତି କରିପାରେ । ଭାରତୀୟ ପାଣିପାଗ ବିଭାଗ ଓ ୟୁଏସ ନେଭି ଏହି ଆକଳନ କରିଛି । ୩ ତାରିଖ ସୁଦ୍ଧା ଏହା ଓଡିଶା ଉପକୂଳ ଦେଇ ଗତି କରିପାରେ । ବର୍ତମାନ ଏହି ବାତ୍ୟା ଚେନ୍ନାଇ ଠାରୁ ୮୮୦ କିଲୋମିଟର ଓ ଆନ୍ଧ୍ରର ମଛଲିପଟ୍ଟନମରୁ ୧୦୫୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା “ସିଭିୟର ସାଇକ୍ଲୋନିକ ଷ୍ଟର୍ମ” ଓ ୨୪ ଘଂଟା ମଧ୍ୟରେ “ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ”ର ରୂପ ନେଇପାରେ ।୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତରପଶ୍ଚିମ ଓ ପରେ ଉତ୍ତର ଓ ଉତ୍ତର-ପୂର୍ବ ଦେଇ ଗତି କରିପାରେ । ଫନିର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡିଶାରେ ୨ ତାରିଖରେ ସାମାନ୍ୟ ବର୍ଷା ଓ ୩ ତାରିଖରେ ଉପକୂଳ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨ ତାରିଖରୁ ଉପକୂଳ ଓଡିଶାରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଏହି ବେଗ ୬୦ କିଲୋମିଟର ଯାଏଁ ଯାଇପାରେ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗଭୀର ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ କୂଳକୁ ଫେରିଆସିବାକୁ ଚେତାବନୀ ଦିଆଯାଇଛି ।୪ ତାରିଖ ସୁଦ୍ଧା ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନଜର ରଖାଯାଇଛି । ସବୁ ପ୍ରକାର ପରିସ୍ଥିତିର ମୁତାବିଲା ପାଇଁ ସଜାଗ ରହିଛି ପ୍ରଶାସନ । ୨୦ ଓଡ୍ରାଫ ଟିମକୁ ସତର୍କ ରଖାଯାଇଛି । ଏନଡିଆରଏଫ ଟିମକୁ ପ୍ରସ୍ତୁତ ରଖାଯାଇଛି । ଜିଲ୍ଲାପାଳଙ୍କୁ ଆବଶ୍ୟକ ସୂଚନା ଦିଆଯାଇଛି ।ଅନ୍ୟପଟେ, ସାମୁଦ୍ରିକ ବାତ୍ୟା ‘ଫନି’ର ଭୟାବହତାକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି ମୋଦି, ପ୍ରଧାନମନ୍ତ୍ରୀ ଏନେଇ ଟୁଇଟ କରି କହିଛନ୍ତି ଯେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ରାଜ୍ୟଗୁଡ଼ିକର ସରକାରଙ୍କ ସହ ମିଶି କାମ କରିବାକୁ ସେ ନିବେଦନ କରିଛନ୍ତି। ସମସ୍ତଙ୍କ ନିରାପତ୍ତା ଏବଂ ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ