ସଙ୍କୁରୁ ଗ୍ରାମରୁ ହାତୀ ଦାନ୍ତ ଉଦ୍ଧାର ଓ ଜଣେ ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ସଙ୍କୁରୁ ଗ୍ରାମରେ ଅଗଷ୍ଟ ୫ ତାରିଖ ରାତ୍ରରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ହାତୀଦାନ୍ତ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବନାଞ୍ଚଳର ବେଲଗୁଣ୍ଠା ବିଟ କନ୍ଧନୂଆଁପଲ୍ଲୀ ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତ ଦେହ ଜୁଲାଇ ୨୦ ତାରିଖ ଦିନ ଉଦ୍ଧାର ହୋଇଥିଲା l ହାତୀଟି ମରି ପଡ଼ିଥିବା ବେଳେ ଗୋଟିଏ ଦାନ୍ତ ମାଟିରେ ପୋତିହୋଇ ଥିବା ଓ ଅନ୍ୟ ଦାନ୍ତଟିର ୩୮ ପ୍ରତିଶତ ନଥିବା ଦଖିବାକୁ ମିଳିଥିଲା l ବ୍ୟବଚ୍ଛେଦ ବେଳେ ଦନ୍ତା ହାତୀର ଦାନ୍ତ କଟାହୋଇଥିବା ଜଣାପଡିଥିଲା। ମୃତ ହାତୀର ବୟସ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଥିଲା । ଉତ୍ତର ଘୁମୁସର ବନଖଣ୍ତ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥ ପ୍ରସାଦ ଓ ବୁଗୁଡ଼ା ବନବିଭାଗର ମିଳିତ ଭାବେ ହାତୀ ଦାନ୍ତ ଉଦ୍ଧାର ପାଇଁ ତଦନ୍ତ ଜାରିରହିଥିଲା। ଜଗନ୍ନାଥ ପ୍ରସାଦ ବନବିଭାଗ କିଛି ସୁରାକ ପାଇବା ପରେ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇପାରିଥିଲେ। ବୁଗୁଡା ପୋଲିସ୍ , ବୁଗୁଡା ବନବିଭାଗ ଓ ଜଗନ୍ନାଥ ପ୍ରସାଦ ବନବିଭାଗ ର ମିଳିତ ଉଦ୍ୟମରେ ବୁଗୁଡା ଥାନା ଅନ୍ତର୍ଗତ ସଙ୍କୁରୁ ଗ୍ରାମର ବିମଳ ରଞ୍ଜନ ସ୍ୱାଇଁ ଙ୍କ ଘର ଉପରେ ଶୁକ୍ରବାର ରାତ୍ର ଚଢାଉ କରି ବିମଳଙ୍କ ଘର ପଛପଟ ଏକ ଟାଙ୍କିପାଖରୁ ହାତୀ ଦାନ୍ତ ଉଦ୍ଧାର କରି ଜବତ କରିବା ସହ ବିମଳ ରଞ୍ଜନ ସ୍ୱାଇଁ ଙ୍କୁ ଗିରଫ୍ କରାଯାଇଥିଲା। ଜଗନ୍ନାଥ ପ୍ରସାଦ ବନାଞ୍ଚଳ ପକ୍ଷରୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ଆସାମୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ