ସଙ୍କେତରୁ ଜାଣନ୍ତୁ ଆପଣଙ୍କ ସ୍ୱାମୀ କେତେ ବିଶ୍ୱାସଘାତକ

ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗିବା ଏକ ସାଧାରଣ କଥା । ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ କାମରେ ଏତେ ବ୍ୟସ୍ତ ରହିଯାଉ ଯେ ବ୍ୟକ୍ତିଗତ ସମ୍ପର୍କକୁ ସଦୃଢ଼ କରିବାକୁ ସମୟ କାଢ଼ି ପାରୁନାହିଁ । ସମୟ ସାଙ୍ଗରେ ସବୁକିିଛି ବଦଳିଲା ପରି ପ୍ରେମ ମଧ୍ୟ ଘୃଣାରେ ପରିଣତ ହୋଇଯାଏ । ଜଣେ ଅନ୍ୟଜଣକୁ ଧୋକ୍କା ଦିଏ । ଏଥିପାଇଁ ଜଣଙ୍କୁ ମଧ୍ୟ ଦୋଷୀ କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଧୋକା ଦେଉଛି ବୋଲି ।
ପ୍ରତି କଥାରେ ମିଛ କହିବା : ଯଦି ଆପଣଙ୍କ ସ୍ୱାମୀ ପ୍ରତି କଥାରେ ମିଛ କୁହନ୍ତି ଅଥବା କିଛି ଲୁଚାଉଥାନ୍ତି, ତେବେ ଆପଣଙ୍କ ବୁଝିଯିବା ଉଚିତ ଯେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଧୋକା ଦେଉଛନ୍ତି ।
ଫୋନ୍ ସର୍ବଦା ବ୍ୟସ୍ତ ଦେଖାଇବା : ସ୍ୱାମୀଙ୍କ ଫୋନ ସର୍ବଦା ବ୍ୟସ୍ତ ଦେଖାଉଥିଲେ ଏବଂ ଏହି ବିଷୟରେ ପଚାରିଲେ ଅଫିସ କିମ୍ବା ସାଙ୍ଗମାନଙ୍କ ବାହାନା କରୁଥିଲେ, ଖାସ କରି ରାତିରେ ଫୋନ ବ୍ୟସ୍ତ ରହିଲେ ସଚେତନ ରୁହନ୍ତୁ ।
ଆପଣଙ୍କ ପ୍ରତି ଅଥବା ଘର ପ୍ରତି ରୁଚି ନ ଦେଖାଇବା : ସ୍ୱାମୀ ପୂର୍ବ ଭଳି ଆପଣଙ୍କ ଉପରେ ତଥା ଘର ଉପରେ ରୁଚି ନ ଦେଖାଇଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଏଥିପାଇଁ ନିଜ ସ୍ୱାମୀଙ୍କ ସହ ଖୋଲାଖୋଲି ଭାବେ କଥା ହୁଅନ୍ତୁ । ତାହା ହେଲେ କଥା ବିଗିଡିବା ପୂର୍ବରୁ ସମ୍ଭାଳି ହେବ ।
କଟୁ କଥା କହୁଥିଲେ : ଆପଣଙ୍କ ସ୍ୱାମୀ ଆପଣଙ୍କୁ କଥା କଥାରେ ଅପମାନ କରୁଥିଲେ ନିଜ ସାଙ୍ଗମାନଙ୍କ ସାମ୍ନାରେ ଆପଣଙ୍କୁ ସମ୍ମାନହାନି ହେବା ଭଳି କଥା କହୁଥିଲେ ଏହାର କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଅପମାନ କରିବାର ଅଧିକାର କାହାର ନାହିଁ । ଆପଣଙ୍କ ସ୍ୱାମୀର ବି ନାହିଁ ।
ଖରାପ ଅଭ୍ୟାସ: ସ୍ୱାମୀର ଅଭ୍ୟାସ ବଦଳିବାକୁ ଲାଗିଲେ ଅର୍ଥାତ ମଦ, ସିଗାରେଟ୍ ଆଦି ସେବନ ଆରମ୍ଭ କଲେ ଏବଂ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ ଅବଶ୍ୟ ଏହାକୁ ଗୁରୁତର ସହିତ ନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ