ତକିଆ ତଳେ ରଖନ୍ତୁନି ଏସବୁ
ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ବହି ପଢ଼ିବାକୁ ଭଲ ପାଆନ୍ତି । ନିଦ ଲାଗିଲେ ବହିକୁ ତକିଆ ତଳେ ରଖି ଶୋଇପଡନ୍ତି । ସେହିପରି ସାଧାରଣତଃ ଦେଖାଯାଏ ଅଧିକାଂଶ ଲୋକ ମୁଣ୍ଡ ପାଖରେ ମନିପର୍ସ ରଖି ମଧ୍ୟ ଶୋଇଯାଆନତି । ଆପଣ ଏମିତି କରୁଛନ୍ତି କି? ଯଦି କରୁଥାନ୍ତି ତେବେ ଆଜିଠାରୁ ଅଭ୍ୟାସ ବଦଳାଇ ଦିଅନ୍ତୁ । କାରଣ ଶାସ୍ତ୍ରବିତ୍ଙ୍କ ଅନୁସାରେ ତକିଆ ତଳେ ବହି ଏବଂ ମୁଣ୍ଡ ତଳେ ମନିପର୍ସ ରଖିବା ଅନୁଚିତ । ଏହା ଆପଣଙ୍କ ପାଇଁ କ୍ଷତିକାରକ । ଏପରି କଲେ ସବୁବେଳେ ଅର୍ଥ ଚିନ୍ତା ଘାରି ହେବା ସହ ରାତିରେ ଭଲ ନିଦ ହୁଏ ନାହିଁ ।


