ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଲେ ୧୩୬୪,ଆସିଲେ ୪୫ ଜଣ ପ୍ରବାସୀ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ୨୩ ତାରିଖ ସୁଦ୍ଧା ୧୩୬୪ ଜଣ ନିଜ ନିଜ ଘରକୁ ଫେରି ଥିବା ବେଳେ ବୁଗୁଡା ବ୍ଲକକୁ ଆସିଛନ୍ତି ୪୫ ଜଣ। ଗତକାଲି ସନ୍ଧ୍ୟା ସୁଦ୍ଧା ୨୫୧ ଜଣ ଘରକୁ ଫେରି ଥିବା ବେଳେ ରାତ୍ରରେ ଘରକୁ ଫେରି ଥିଲେ ୧୭୦ ଜଣ। ଆଜି ୯୪୩ ଜଣ ନିଜ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଶିକ୍ଷକ ବିଜୟ ଚନ୍ଦ୍ର ମହାରଣାଙ୍କ ତତ୍ୱାବଧାନରେ ୪୭ ଜଣ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠରୁ ଯାଇଥିବା ଜଣାପଡ଼ିଛି । ଯେଉଁ ବ୍ୟକ୍ତିମାନେ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଲେ ସେମାନେ ନିଜ ଘରେ ୧୪ ଦିନ ସଙ୍ଗରୋଧରେ ରହିବେ। ସେହିପରି ଆଜି ୪୫ ଜଣ ପ୍ରବାସୀ ଓଡ଼ିଆ ନୂତନ ଭାବେ ବୁଗୁଡା ବ୍ଲକକୁ ଆସିଛନ୍ତି। ସେମାନେ ସମସ୍ତେ ମାଣିତରା ପଞ୍ଚାୟତର ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ରହିଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ