ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ କମ୍ୟୁନିଟି ସ୍ୱାସ୍ଥ୍ୟକର୍ମୀ ହୋଇ ଲୋକଙ୍କ ସେବା କରିପାରିବେ

ଛତ୍ରପୁର (ଓ୍ବାଇଏନ୍ଏସ୍) : ବାହାରୁ ରାଜ୍ୟରୁ ଗଂଜାମ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି । ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ଖାଦ୍ୟ ଦିଆଯାଉଛି । ଏଥିସହ ପ୍ରବାସୀଙ୍କ ନିମନ୍ତେ କୋଭିଡ୍‌-୧୯ କ୍ଲାସ୍ ନିଆଯାଉଛି । ଆଗକୁ ପ୍ରବାସୀଙ୍କ ସଙ୍ଗରୋଧ ଅବଧି ସରିବା ପରେ ସେମାନେ ଜଣେ ଜଣେ କୋଭିଡ କମ୍ୟୁନିଟି ସ୍ୱାସ୍ଥ୍ୟକର୍ମୀ ହୋଇ ଲୋକଙ୍କ ସେବା କରିପାରିବେ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ସୂଚନା ଦେଇଛନ୍ତି । ଏଥିପାଇଁ ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କର କୋଭିଡ୍‌-୧୯ କ୍ଲାସ୍ ନିଆଯାଉଥିବା ସେ କହିଛନ୍ତି । କେନ୍ଦ୍ରରେ ପ୍ରବାସୀମାନେ ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ବ୍ୟାୟାମ୍‌, ଯୋଗ, ତା’ପରେ ଜଳଖିଆ, କୋଭିଡ୍‌-୧୯ କ୍ଲାସ୍‌, ମଧ୍ୟାହ୍ନ ଭୋଜନ, ଚାରାରୋପଣ, ସଫେଇ କାର୍ଯ୍ୟ, ରାତ୍ରି ଭୋଜନ ଏବଂ ପରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ