ସଚେତନତାର ଗୀତ ଗାଇଲେ ବାଲିଗୁଡା ଥାନାବାବୁ

ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ) : ଖାକି ପୋଷାକ ତଳେ ଲୁଚି ରହିଛି କଳାକାରଟିଏ‌ । ପୋଲିସ୍ ନାଁ ଶୁଣିଲେ ଲୋକେ ଭୟ କରନ୍ତି । ହେଲେ ସେଇ ଭୟର ପୋଷାକ ତଳେ ମଧ୍ୟ ନରମ ହୁଦୟଟିଏ ମଧ୍ୟ ଥାଇପାରେ ଏହା ପ୍ରମାଣିତ କରିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା । ଦ୍ବିତୀୟ ଥର ପାଇଁ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଆଉ ଏକ ସଚେତନତା ଗୀତ ରିଲିଜ୍ ହୋଇଛି । ସାରାଦେଶରେ କରୋନା କାୟା ମେଲେଇ ଚାଲିଛି । ଏପଟେ ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ବର୍ତ୍ତମାନ ମାନ ସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୯ରେ ପହଂଚି ଗଲାଣି । ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ମଧ୍ୟ ଚାଲିଛି । ଲକ୍ ଡାଉନ୍ କୁ ନେଇ ପୋଲିସ୍ ଓ ପ୍ରଶାସନ ପକ୍ଷରୁ କଟକଣା ମଧ୍ୟ ଜାରୀ ରହିଛି , ଏଭଳି ସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରିଲେ ପୋଲିସ୍ କୁ ଭୟ କରୁଛନ୍ତି, କିନ୍ତୁ ପୋଲିସ ଜନସାଧାରଣଙ୍କୁ ଆଉ ଟିକିଏ ସଚେତନ କରାଇବା ପାଇଁ ଭିନ୍ନ ପ୍ରୟାସ ଜାରି ରଖିଛି । ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଆଉଏକ ସଚେତନତା ଗୀତ ‘ଛୋଟ ଏକ ଭୁଲ୍ ସାରିଦେବ’… ଉନ୍ମୋଚିତ ହୋଇଛି । ବାଲିଗୁଡ଼ା ଥାନା ପରିସରରେ ଏସଡିପିଓ ମାନସ ରଞ୍ଜନ ବାରିକ୍, ଆଇଆଇସି ପ୍ରଶାନ୍ତ କୁମାର ବେହେରା, ବିଡ଼ିଓ ନରେଶ ଚନ୍ଦ୍ର ସବର, ତହସିଲଦାର ସୁଶ୍ରୀ ଖିରାବ୍ଧୀତନୟା ସାହୁ, ଡାକ୍ତର ଗୋକୁଳ ଚାନ୍ଦ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି, ଅଧ୍ୟକ୍ଷ ଲୋକନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଏହି ଗୀତର ସିଡି ଉନ୍ମୋଚିତ କରିଛନ୍ତି । ଏହି ଗୀତରେ ସମସ୍ତ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ଶୈଳୀକୁ ବର୍ଣ୍ଣିତ କରିବାସହ ଜନସାଧାରଣଙ୍କ ପାଇଁ ସଚେତନର ବାର୍ତ୍ତା ରହିଛି । ଏସଡିପିଓ ମାନସ ରଞ୍ଜନ ବାରିକ୍ ଗିତ ରଚନା କରିଥିବାବେଳେ ବାଲିଗୁଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଯୁବ ଡାକ୍ତର ଡ. ଗୋକୁଳ ଚାନ୍ଦ କଣ୍ଠଦାନ କରିଛନ୍ତି । ପୋଲିସ୍ ର ଏଭଳି ପ୍ରୟାସ କୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ