ମେ’ ୭ରୁ ଫେରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ : ମେ’ ୭ରୁ ପର୍ଯ୍ୟାୟ କ୍ରମେ ଫେରିବେ ପ୍ରବାସୀ ଭାରତୀୟ । ପ୍ରବାସୀ ଫେରାଇ ଆଣିବା ଲାଗି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରାଯାଇଛି । ପ୍ରବାସୀଙ୍କ ଚିଠା ପ୍ରସ୍ତୁତ କରିଛନ୍ତି ଭାରତୀୟ ଦୂତାବାସ ଓ ହାଇକମିଶନର । ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ଫେରିବା ଲାଗି ନିଜର ସମସ୍ତ ଖର୍ଚ୍ଚ ବହନ କରିବେ ସମ୍ପୃକ୍ତ ପ୍ରବାସୀ । କେବଳ କରୋନା ଲକ୍ଷଣ ନଥିବା ପ୍ରବାସୀ ହିଁ ଭାରତ ଫେରିବେ। ପହଞ୍ଚିବା ପରେ ସମେସ୍ତ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ ଲୋଡ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପହଞ୍ଚିବା ପରେ ସମସ୍ତଙ୍କୁ ୧୪ ଦିନିଆ କ୍ବାରେଣ୍ଟିନ୍‌ରେ ରଖାଯିବ । କ୍ବାରେଣ୍ଟିନ୍‌ ସରିବା ପରେ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ