ସଚେତନ ନାଗରିକ ମଞ୍ଚ ତରଫରୁ ଅନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ

ଏରସମା, (ଅଭିଷେକ ତ୍ରିପାଠ ):’ୟୁନିସ୍କୋ’ଓ ‘ଏଜୁକେସନ ଇଣ୍ଟରନାସନାଲ ‘ ଆନୁକୂଲ୍ୟରେ ୧୯୯୪ ମସିହା ଠାରୁ ପ୍ରତିବର୍ଷ ଅକଟୋବର ୫ ତାରିଖକୁ ଅନ୍ତର୍ଜାତୀୟ ଶିକ୍ଷକ ଦିବସ ଭାବେ ପାଳିତ କରାଯାଉଛି l ଭବିଷ୍ୟତର ପିଢ଼ି କୁ ଗଢି ବାରେ ଶିକ୍ଷକ ମାନଙ୍କ ର ଅବଦାନକୁ କେହି ଭୁଲି ପାରିବେ ନାହିଁ l ତେଣୁ ଶିକ୍ଷକ ମାନଙ୍କୁ ସଂମ୍ମାନ ଜଣାଇ ଏହି ଦିବସ କୁ ଶହେ ରୁ ଅଧିକ ଦେଶରେ ପାଳନ କରାଯାଉଛି l ସେହିପରି ଆଜି ଏରସମା ର ଗାନ୍ଧୀ ପୀଠ ଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକଗଣ ତଥା ଲୋକନାଥ ମହାନ୍ତି ,ମଦନ ମୋହନ ମୁଦୁଲି ,ନିମାଇଁ ଚରଣ ମନ୍ତ୍ରୀ ,ଶିବ ଚରଣ ରାଉତ ,ଶିବ ଚରଣ ସ୍ୱାଇଁ , ପ୍ରମୁଖଙ୍କୁ ସମ୍ବୋଧିତ କରାଯାଇଥିଲା l ଏଥିରେ ମଞ୍ଚର ସଭାପତି ପ୍ରବୀର କୁମାର ପଣ୍ଡା , ସମ୍ପାଦକ ଜ୍ଞାନ ରଞ୍ଜନ ଦାଶ ଓ ସଭ୍ୟ ମାନଙ୍କ ମଧ୍ୟରେ ଜୟନ୍ତ ସେଠି ,ସତ୍ୟ ଭୂଷଣ ତରାଇ ,ଶୁଭେନ୍ଦୁ ଖଟୁଆ , ନିବାରଣ ସ୍ୱାଇଁ , ସରୋଜ ବେହେରା,ଅଶୋକ ଖଣ୍ଡୁଆଲ ,ଉମାକାନ୍ତ ତରାଇ , ପ୍ରସନ କୁଅଁର ପ୍ରମୁଖ ଯୋଗ ଦେଇ ଜୀବନର ମାଇଲ ଖୁଣ୍ଟ ଗଢି ଥିବା ସେହି ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ଯୁବ ପିଢ଼ି ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ