ସଜ୍ଞାହିନ ଛାତ୍ରିକୁ ମେଡିକାଲ ନେଇ ମାନବିକତା ଦେଖାଇଲେ କବିସୂର୍ଯ୍ୟନଗର ବିଧାୟିକା

କୋଦଳା, (ବାପୁନି ମାଲୁ):ରାସ୍ତାରେ ସଜ୍ଞାହୀନ ଛାତ୍ରୀ କୁ ନିଜ ଗାଡ଼ିରେ ମେଡିକାଲ କୁ ନେଇ ମାନବିକତା ର୍ ପରିଚୟ୍ ଦେଲେ ବିଧାୟିକା ଲତିକା ପ୍ରଧାନ… ରାସ୍ତାରେ ବେହୋସ ହୋଇ ପଡ଼ିଥିବା ସ୍କୁଲ ଛାତ୍ରୀ ଙ୍କୁ ନିଜ ଗାଡ଼ିରେ ନେଲେ ହସ୍ପିଟାଲ… କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୌଣସି ଏକ କାମ ରେ ସୌରା ଛଚିନା ପଟୁ କୋଦଳା ଆଭିମୁଖେ ଯାଉଥିବା ସମୟ ରେ ବେଗୁନିଆପଡା ସ୍ଥିତ ପେଟ୍ରୋଲ ପମ୍ପ ଠାରେ ବେହୋସ ହୋଇ ପଡ଼ିଥିବା ଭାଟପଡା ଗ୍ରାମର ରମେସ ନାହାକ ଙ୍କ ଝିଅ ମାମାଣ୍ରୀ ନାହାକ ! ସେ ବେଗୁନିଆପଡା ସ୍ଥିତ କାଣ୍ଟା ବାଳିକା ବିଦ୍ୟାଳୟ ର୍ ନବମ ଶ୍ରେଣୀ ଛାତ୍ରୀ ! ସ୍କୁଲ ଛାତ୍ରୀ ଙ୍କୁ ଦେଖି ଅଟକି ଯାଇଥିଲା ବିଧାୟିକା ଙ୍କ ଗାଡି… ବିଧାୟିକା ନିଜେ ଗାଡି ରୁ ଓଲ୍ହାଇ ଛାତ୍ରୀ ଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ…ଏହାପରେ ଛାତ୍ରୀ ଜଣଙ୍କୁ ବିଧାୟିକା ନିଜେ ନିଜ ଗାଡ଼ିରେ ସଙ୍ଗେ ସଙ୍ଗେ କୋଦଳା ହସ୍ପିଟାଲ କୁ ନେଇଯାଇଥିଲେ…ନିଜେ ଛାତ୍ରୀ ଜଣଙ୍କୁ ଗାଡି ରୁ ଓଲ୍ହାଇ ବେଡ଼ କୁ ନେବା ସହ ଛାତ୍ରୀ ର ଉତ୍ତମ ଚିକିତ୍ସା କରାଇଥିଲେ… ଏଥିସହ ଛାତ୍ରୀ ର ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଙ୍କୁ ନିର୍ଦ୍ଧେଶ ଦେଇଥିଲେ… ଏହି ଭଳି ମହାନତା କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ର ପାତ୍ର ପାଲଟି ଯାଇଛନ୍ତି ବିଧାୟିକା !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ