ସଡକ ଦୁର୍ଘଟଣାରେ ଜଣେ ଆହତ, ଜଣେ ଗୁରୁତର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର – ଫୁଲବାଣୀ ମୁଖ୍ୟ ସଡକରେ ଅପରାହ୍ନ ସମୟରେ ଏକ ଦୁର୍ଘଟଣା ଘଟିଛି | ସୂଚନା ମୁତାବକ ଜି. ଉଦୟଗିରି ରୁ ଏକ ଅଟୋ ଯୋଗେ ନିରୁପମା ଜେନା ଜଣେ ମହିଳା ଭଞ୍ଜନଗର ସ୍ଥିତ ବନ୍ଧୁ ଘରକୁ ବୁଲିବା ପାଇଁ ଆସିଥିଲେ | ଅଟୋ ଚାଳକ ଜଣକ ହେଲେ ଉକ୍ତ ଅଞ୍ଚଳର ମଣ୍ଟୁ ଜେନା | ଭଞ୍ଜନଗର ନିକଟସ୍ଥ କଲେଜ ଗେଟ ଆଗରେ ତିନୋଟି ଗଧ ଗାଡି ଆଗକୁ ଆସିଯିବାରୁ ସେ ଭାରସାମ୍ୟ ହରାଇଥିଲେ | ଫଳରେ ଦୁର୍ଘଟଣା ଘଟିଥିଲା ସ୍ଥାନୀୟ ଯୁବକଙ୍କ ଦ୍ୱାରା ଉଦ୍ଧାର କରି ତାଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି |