ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ସକାଳ ୭ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ । ଶ୍ରୀ ପ୍ରଧାନ ସ୍ଥାନୀୟ ଶିଶୁ ଭବନ ଛକ ଦେଇ ଯାଉଥିବା ବେଳେ ଏକ ଗୁଜୁରାଟ ନମ୍ବର କାର୍ ତାଙ୍କ ବାଇକକୁ ଧକ୍କାଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ସକାଳ ୮ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟର ସମାଜବାଦୀ ଆନ୍ଦୋଳନର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଥିଲା ।୬ ନମ୍ବରସ୍ଥିତ ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଲୋହିଆ ଭବନଠାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ତାଙ୍କ ଶବ ରଖାଯାଇଥିଲା । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖପାତ୍ର ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଓ ସୁର ଜେନା, ସିପିଏମ୍ ସାଧାରଣ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ ଓ ଟ୍ରେଡ ୟୁନିୟନ ନେତା ପ୍ରଦୀପ୍ତ ନାୟକ, ଯୁବନେତା ଯତୀନ ମହାନ୍ତି, ସିପିଆ (ଏମ୍‌ଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ବଂଶୀଧର ପରିଡ଼ା, ଫରୱାଡ଼ ବ୍ଲକ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଡ଼ଭୋକେଟ ନିରଞ୍ଜନ ମହାନ୍ତି, ସିପିଅଇ (ଏମ୍‌ଏଲ) ରେଡ଼ଷ୍ଟାର ପକ୍ଷରୁ ପ୍ରମିଳା, ମାନବିକ ଅଧିକାର କର୍ମୀ ଆଡ଼ଭୋକେଟ ବିଶ୍ୱପ୍ରିୟ କାନୁନଗୋ, ଧୀରେନ୍ଦ୍ର ପଣ୍ଡା, ମାନସ ଜେନା, ଶ୍ରୀମନ୍ତ ମହାନ୍ତି, ବେଣୁଧର ହରିଚନ୍ଦନ, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଯୁବଛାତ୍ର ସଭାପତି ମନୱର ଅଲ୍ଲୀ, ଗାନ୍ଧିବାଦୀ ନେତା ପ୍ରହ୍ଲାଦ ସିଂ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଲୋହିଆ ଏକାଡ଼େମୀ ସମ୍ପାଦକ ଦେବ ପ୍ରସାଦ ରାୟ, ସମ୍ଭାବନା ସମ୍ପାଦକ ଦେବ ପ୍ରସାଦ ପରିଜା, ସାମାଜିକ ନ୍ୟାୟ ଅଭିଯାନର ସଂଯୋଜକ ଅକ୍ଷୟ ମଲ୍ଲିକ, ଶ୍ରୀ ସାହିତ୍ୟ ସମ୍ପାଦକ କୃଷ୍ଣ ନାୟକ, ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ଯୁବ ସମାଜସେବୀ ପ୍ରତାପ ସାହୁ, ସମାଜବାଦୀ ପାର୍ଟି କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଯୁବନେତା ସୁନିଲ ମିଶ୍ର, ସୁଶିଲ ହୋତା, ସୁବ୍ରତ ଲେଙ୍କା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ôଚ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ଗାଁ ପିପିଲି ନିର୍ବାଚନ ମଣ୍ଡଳୀ ସୁନାମୁହିଁ ଗ୍ରମା ଶ୍ମଶାନରେ ତାଙ୍କର ଶବଦାହ କରାଯାଇଥିଲା । ସୁଦର୍ଶନ ପ୍ରଧାନଙ୍କ ଅକାଳ ମୃତ୍ୟୁ ରାଜ୍ୟର ସମାଜବାଦୀ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ