ସଡକ ଦୁର୍ଘଟଣାରେ ଯୁବକ ଗୁରୁତର
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ଲମ୍ବୋଦର ପରିଡାଙ୍କ ପୁତ୍ର ପ୍ରତାପ କୁମାର ପରିଡା (୪୧) ଗତ ଶୁକ୍ରବାର ଭଦ୍ରକ-ଅ।।ଗରପଡା ରାସ୍ତାର ବିଶଲକଣା ଛକ ଠାରେ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ, ଉକ୍ତ ଦିନ ସେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗରପଡାରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବିଶଲକଣା ଛକ ଠାରେ ଅନ୍ୟ ଏକ ବାଇକ୍ ସହିତ ଦୁର୍ଘଟଣା ଘଟିଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଭଦ୍ରକ ଓ ପରେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।