ଗୋବର୍ଦ୍ଧନ ଧଳଙ୍କୁ “ବିପଦ ବନ୍ଧୁ ସମ୍ମାନ”

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ସାମାଜିକ କର୍ତ୍ତବ୍ୟବୋଧ ପାଳନ କରିବାକୁ ପଣ କରି ଜନ ସେବାରେ ନିଜକୁ ନିୟୋଜିତ କରି ବ୍ରତ ଭାବେ ଗ୍ରହଣ କରିଥିବା ସଙ୍ଗମ ବିହାର, ଦିଲ୍ଲୀ, ନିଜ ଗ୍ରାମ ତରଡିପାଳ, କେନ୍ଦ୍ରାପଡ଼ା ନିବାସୀ ଗୋବର୍ଦ୍ଧନ ଧଳଙ୍କୁ କିଏ ନ ଜାଣିଚି | ଏଇ କରୋନା ସମୟରେ ତାଙ୍କର ପରିଚୟ ବେଶ ଭାବେ ଦିଲ୍ଲୀର ଓଡିଆ ଭାଇ ଭଉଣୀ ମାନେ ଅନୁଭବ କରିଛନ୍ତି | କରୋନାର କରାଳ ଵିପତ୍ତି ସମୟରେ ଦେବଦୁତ୍ତ ଭଳି ଠିଆ ହୋଇ ନିଜର ଜୀବନକୁ ଜଳାଞ୍ଜଳି ଦେଇ କରୋନା ପ୍ରପୀଡିତଙ୍କୁ ଡାକ୍ତରଖାନା ନେବା ହେଉ ପରିବାରର ସମସ୍ୟା ହେଉ , କିମ୍ବା ଘରେ ପଡିଥିବା ପ୍ରପୀଡିତଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ହେଉ କିମ୍ବା କରୋନା ପ୍ରପୀଡିତଙ୍କ ଦେହାନ୍ତ ହେଲେ କେହି ତାଙ୍କ ଶବକୁ ଛୁଉଁ ନଥିବା ବେଳେ ନିଜେ କାନ୍ଧରେ ନେଇ ରୀତି ନୀତି ଅନୁସାରେ ସତ୍କାର କରିବା ହେଉ କେବଳ ସେତିକି ନୁହେଁ ସତ୍କାର ସାରିବା ପରେ ତାଙ୍କ ଗ୍ରାମରେ ତାଙ୍କ ଅସ୍ତି ପହଁଞ୍ଚିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଗୋବର୍ଦ୍ଧନ ଧଳ କରିଛନ୍ତି | ସରକାରଙ୍କର ସହାୟତା ରାଶି ବି କିପରି ଭାବେ ସେମାନଙ୍କୁ ମିଳିପାରିବ ସେଥିପ୍ରତି ଧ୍ୟାନ ଦେଇ ସେମାନଙ୍କୁ ସହଯୋଗ କରିବା ପର୍ଯ୍ୟନ୍ତ ସରକାରଙ୍କ ସହ ବାର୍ତାଳାପ ମାଧ୍ୟମରେ ତାହା ସହଜରେ କରେଇ ପାରିଛନ୍ତି | ଏ ସମସ୍ତ କାର୍ଯ୍ୟକଲାବେଳେ କେବେବି ହେଲେ ନିଜକୁ ପ୍ରଚାରିତ ନକରି ଯେଉଁମାନେ ତାଙ୍କ ସହ ଯୋଗଦେଇ ନିସ୍ଵାର୍ଥପର ଭାବେ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରି ମୁଖିଆର ଭୂମିକା କଣ ତାହା ସେ ସମାଜକୁ ଦର୍ଶାଇପାରିଛନ୍ତି | କେବଳ ସେତିକି ନୁହେଁ ଦିଲ୍ଲୀରେ ଓଡ଼ିଆଙ୍କର ଭାଇଚାରାକୁ ବଳବତ୍ତର ରଖିବା ପାଇଁ ବିଭିନ୍ନ ସମୟରେ ଓଡ଼ିଶାର ପର୍ବ ପର୍ବାଣି ଆୟୋଜିତ କରି ସମସ୍ତଙ୍କୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖିବାକୁ ଚେଷ୍ଟାକରିଛନ୍ତି I ରଜ ଉଛବ ହେଉକି ବୋଇତ ବନ୍ଦାଣ ହେଉ ବହୁ ସାଂସ୍କୃତିକ ଉଛବର ପୁରଧା ଭାବେ କାର୍ଯ୍ୟକରି ଓଡ଼ିଆ ଭାଇଚାରା ନିଦର୍ଶନ ଦେଖେଇଛନ୍ତି | ଏହି ପ୍ରେକ୍ଷାପଟରେ ସେବାପାଇଁ ସଦାସର୍ବଦା ଉତ୍ସାହ ପ୍ରଦାନ କରୁଥିବା ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଅନନ୍ତ ବଳିଆ ଟ୍ରଷ୍ଟ , ଶିଶୁଅନନ୍ତ ଆଶ୍ରମ , ଅରିଲୋ , ତିର୍ତୋଲ, ଜଗତସିଂହପୁର , ଓଡିଶା ତରଫରୁ ୫୩ ତମ ବାର୍ଷିକ ଚତୁର୍ଦଶୀ ମେଳା ଅବସରରେ “ବିପଦ ବନ୍ଧୁ ସମ୍ମାନ ” ରେ ସମ୍ମାନିତ କରିଛନ୍ତି | ଆଶ୍ରମ ତରଫରୁ ଗୋବର୍ଧନ ଧଳଙ୍କୁ ସମ୍ବର୍ଦ୍ଧିତ କରି ଜଣେ ଦିବ୍ୟ ଆତ୍ମନଙ୍କୁ ବାବା ବାଳିଆ ଆଶୀର୍ବାଦ ପ୍ରଦାନ ପୂର୍ବକ ଶ୍ରଧାର୍ପଣ କରିଛନ୍ତି | ତାଙ୍କର ମହତ କାର୍ଯ୍ୟ ସମଗ୍ର ମାନବ ସମାଜ ପାଇଁ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିବ ବୋଲି ବାବା ବାଲିଆ ପ୍ରକାଶ କରିଛନ୍ତି | ଏହି ଉଛବରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟନାୟକ ,,ପଦ୍ମଶ୍ରୀ ବାବା ବାଲିଆ , ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ଦାମୋଦର ରାଉତରାୟ ,ରାଜେନ୍ଦ୍ର ପ୍ରସାଦ ସିଂ , ପ୍ରତାପ କୁମାର ମିଶ୍ର . ସୌରୀଚନ୍ଦ୍ର ମହାପାତ୍ର ଙ୍କ ସମେତ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ